You are currently viewing ଆଇସିସି ବିଶ୍ବକପ୍‌: ଆଜି ମୁହାଁମୁହିଁ ହେବେ ପାକିସ୍ତାନ-ବାଂଲାଦେଶ 

ଆଇସିସି ବିଶ୍ବକପ୍‌: ଆଜି ମୁହାଁମୁହିଁ ହେବେ ପାକିସ୍ତାନ-ବାଂଲାଦେଶ 

  • Post category:କ୍ରୀଡା
  • Reading time:1 mins read

କୋଲ୍‌କାତା: ଚଳିତ ବିଶ୍ବକପ୍‌ରେ ସେମିଫାଇନାଲ୍‌ ଖେଳିବା ଆଶା ରଖିଥିବା ଦୁଇ ଏସୀୟ ଦଳ ପାକିସ୍ତାନ ଓ ବାଂଲାଦେଶ ଆଜି କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସରେ ମୁହାଁମୁହିଁ ହେବେ। ଅପରାହ୍ନ ୨ଟାରୁ ଏହି ମ୍ୟାଚ୍‌ ଆରମ୍ଭ ହେବ। ପାକିସ୍ତାନ ଲଗାତାର ୪ ଓ ବାଂଲାଦେଶ ଲଗାତାର ୫ ପରାଜୟର ସାମ୍ନା କରିବା ପରେ କୋଲ୍‌କାତାରେ ବିଜୟ ଧାରାକୁ ଫେରିବାକୁ ଦୁଇ ଦଳ ଲକ୍ଷ୍ୟ ରଖିଛନ୍ତି।

ତେବେ ବାଂଲାଦେଶ ପରାଜିତ ହେଲେ ସେମିଫାଇନାଲ୍‌ ଦୌଡ଼ରୁ ସଂପୂର୍ଣ୍ଣ ରୂପେ ବାଦ୍‌ ପଡ଼ିବ। ହେଲେ ପାକିସ୍ତାନ ହାରିଲେ ମଧ୍ୟ ଗାଣେତିକ ହିସାବରେ ନକ୍ ଆଉଟ୍ ଦୌଡ଼ରେ ରହିପାରିବ।

ସମ୍ଭାବ୍ୟ ପାକିସ୍ତାନ ଦଳ: ଇମାମ ଉଲ୍‌ ହକ, ଅବଦୁଲ୍ଲା ସଫିକ, ବାବର ଆଜମ, ମହମ୍ମଦ ରିଜୱାନ, ସୌଦ ସକିଲ, ଇଫତିକାର ଅହମଦ, ସଦାବ ଖାନ, ମହମ୍ମଦ ନୱାଜ, ସାହିନ ଶାହ ଆଫ୍ରିଦି, ହାସନ ଅଲ୍ଲୀ, ହାରିସ ରୌଫ।ତିକ ହିସାବରେ ନକ୍‌ଆଉଟ୍‌ ଦୌଡ଼ରେ ରହିପାରିବ। ଉଭୟ ପାକିସ୍ତାନ ଓ ବାଂଲାଦେଶ ଏବେ ୪ ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ଷଷ୍ଠ ଓ ନବମ ସ୍ଥାନରେ ଅଛନ୍ତି। କେବଳ ବିଜୟ ହିଁ ଉଭୟ ଦଳଙ୍କୁ ଟେବୁଲ୍‌ ଉପରକୁ ଉଠିବାରେ ସହାୟକ ହେବ।

ସମ୍ଭାବ୍ୟ ବାଂଲାଦେଶ ଦଳ: ଲିଟନ ଦାସ, ତାଂଜିଦ ହାସନ, ନଜମୁଲ ହାସନ ସାଣ୍ଟୋ, ମେହିଦି ହାସନ ମିରାଜ, ତୋହିଦ ହୃଦୟ, ମୁସଫିକର ରହିମ, ମହମ୍ମୁଦୁଲ୍ଲା, ନସୁମ ଅହମଦ, ସରିଫୁଲ ଇସଲାମ, ମୁସ୍ତାଫିଜୁର ରହମାନ, ହାସନ ମହମୁଦ।

ଅନ୍ୟମାନଙ୍କୁ ଜଣାନ୍ତୁ।