ନୂଆଦିଲ୍ଲୀ: ଅଭ୍ୟାସ ବେଳେ ଆହତ ହୋଇଥିବା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ କେ.ଏଲ. ରାହୁଲ । ଏନେଇ ବିସିସିଆଇ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ସୂଚନା ଦେଇଛି । ବିସିସିଆଇ ସଚିବ ଜୟ ଶାହା ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଶନିବାର ଏମସିଜିରେ ଟିମ୍ ଇଣ୍ଡିଆର ଅଭ୍ୟାସ ସମୟରେ ବ୍ୟାଟିଂ କରୁଥିବା ବେଳେ କେ.ଏଲ୍ ରାହୁଲଙ୍କ ବାମ ହାତ ସ୍ପ୍ରେନ ହୋଇଥିଲା । ଯାହାଫଳରେ ବର୍ଡ଼ର-ଗାଭାସ୍କର ଟ୍ରଫିର ଅବଶିଷ୍ଟ ଦୁଇଟି ମ୍ୟାଚରେ କେ ଏଲ ରାହୁଲ ଅଂଶ ଗ୍ରହଣ କରିପାରିବେ ନାହିଁ । ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ଓ ପୂରା ଫିଟ ହେବା ପାଇଁ ତାଙ୍କୁ ପ୍ରାୟ ତିନି ସପ୍ତାହ ସମୟ ଆବଶ୍ୟକ । ବର୍ତ୍ତମାନ ସେ ଭାରତକୁ ଫେରି ନିଜ ଆଘାତର ଚିକିତ୍ସା ପାଇଁ ସିଧାସଳଖ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀକୁ ଯିବେ ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST