ଶେଷ ହୋଇଛି ଦୀର୍ଘ ଧରି ଦୁବାଇରେ ଚାଲୁଥିବା ଆଇପିଏଲ ୨୦୨୦ । ଆଇପିଏଲ ଦୀର୍ଘ ୫୩ ଦିନ ଧରି ଚାଲିଥିଲା ଏବଂ ୫୩ ଦିନରେ ସମୁଦାୟ ୬୦ ଟି ମ୍ୟାଚ ଖେଳାଯାଇଥିଲା । ଦୀର୍ଘ ଦିନର ଲଢ଼େଇ ପରେ ମୁମ୍ବାଇ ଇଣ୍ଡିଆନସ ସମସ୍ତଙ୍କୁ କଡାଟକ୍କ୍ର ଦେଇ ଚଳିତ ବର୍ଷ ଆଇପିଏଲର ଟାଇଟଲ ଜିତିଛି । ଦମଦାର ବ୍ୟାଟିଂ ଏବଂ ବୋଲିଂ କରି ମୁମ୍ବାଇ ଇଣ୍ଡିଆନସ ୫ ୱିକେଟ ଓ ୮ ବଲ ବ୍ୟୟରେ ଦିଲ୍ଲୀ କ୍ୟାପିଟାଲସକୁ ପରାସ୍ତ କରି ଆଇପିଏଲ ୨୦୨୦ର ଟ୍ରଫିକୁ ଜିତିଛି । ମୁମ୍ବାଇ ଇଣ୍ଡିଆନସର ଏହା ହେଉଛି ପଞ୍ଚମ ଟ୍ରଫି । ଦିଲ୍ଲୀ ସମୁଦାୟ ୨୦ଓଭରରେ ୧୫୬ ରନ କରିଥିଲା ଏବଂ ମୁମ୍ବାଇ ଇଣ୍ଡିଆନସ ୨୦ ଓଭର ପୂର୍ବରୁ ୧୮.୪ ଓଭରରେ ୧୫୭ ରନ କରି ଏକ ସହଜ ବିଜୟ ହାସଲ କରିଛି ।

ମ୍ୟାଚରେ ୧୫୭ ରନକୁ ଲକ୍ଷ୍ୟ କରି ମୁମ୍ବାଇ ଇଣ୍ଡିଆନସର ଅଧିନାୟକ ରୋହିତ ଶର୍ମା ୫୧ ବଲରେ ୬୮ ରନ, ଈଷାନ କିଷନ ୧୯ ବଲରେ ୩୩ ରନ ଏବଂ କ୍ୱାଣ୍ଟ ଡି କକ୍ ୧୨ ବଲରେ ୨୦ ରନ କରିଥିିଲେ । ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଶ୍ରେୟସ ଆୟର ୫୦ ବଲରେ ୬୫ ରନ, ରିଷବ ପନ୍ଥ ୩୮ ବଲରେ ୫୬ ରନ ଏବଂ ଶିଖର ଧୱନ ୧୩ ବଲରେ ୧୫ ରନ କରି ଥିଲେ । ମ୍ୟାଚରେ ଭଲ ପ୍ରଦର୍ଶନ କରି ଟ୍ରେଣ୍ଟ ବୋଲ୍ଟ ୩/୩୦(୭୪୪) ପ୍ଲେୟାର ଅଫ ଦ ମ୍ୟାଚ ହୋଇଛନ୍ତି ।