ସାଇନା ନେହୱାଲଙ୍କୁ କରୋନା

ନୂଆଦିଲ୍ଲୀ, ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳୀ ସାଇନା ନେହୱାଲ ଏବଂ ଏଚଏସ ପ୍ରଣୟ କରୋନା ପଜିଟିଭ ପାଇଁ ଚିହ୍ନଟ ହୋଇଛନ୍ତି । ଏବେ ସେମାନଙ୍କୁ ବ୍ୟାଙ୍ଗକକର ଏକ ହସ୍ପିଟାଲରେ କ୍ୱାରେଣ୍ଟାଇନରେ ରଖାଯାଇଛି ।ମଙ୍ଗଳବାର ଚାଲିଥିବା ଥାଇଲ୍ୟାଣ୍ଡ ଓପନ୍ ଟୁର୍ନାମେଣ୍ଟରେ ଉଭୟ ବ୍ୟାଡମିଣ୍ଟନ୍ ଖେଳାଳି ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ତେବେ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ଟୁଇଟ୍ କରି କହିଛି ଯେ ସାଇନା ଏବଂ ପ୍ରଣୟଙ୍କୁ ଥାଇଲ୍ୟାଣ୍ଡ ଓପନରୁ ପ୍ରତ୍ୟାହାର କରାଯାଇଛି ଏବଂ ସର୍ବନିମ୍ନ ୧୦ ଦିନ ପାଇଁ ବ୍ୟାଙ୍କକକ୍ ଡାକ୍ତରଖାନାରେ ସଙ୍ଗରୋଧରେ ରହିବେ ।

Leave A Reply

Your email address will not be published.