You are currently viewing ମିସ୍ ଡିଭା ମିସ୍ ୟୁନିଭର୍ସ ମିସ୍ ୟୁନିଭର୍ସ ଇଣ୍ଡିଆ ଟାଲଟଲ ଜିତିଲେ ଚଣ୍ଡିଗଡ ସୁନ୍ଦରୀ ହରନାଜ୍ ସନ୍ଧୁ

ମିସ୍ ଡିଭା ମିସ୍ ୟୁନିଭର୍ସ ମିସ୍ ୟୁନିଭର୍ସ ଇଣ୍ଡିଆ ଟାଲଟଲ ଜିତିଲେ ଚଣ୍ଡିଗଡ ସୁନ୍ଦରୀ ହରନାଜ୍ ସନ୍ଧୁ

ନୂଆଦିଲ୍ଲୀ , ୦୧/୧୦:  : ମିସ୍ ଡିଭା ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୧ ରେଜଲ୍ଟ ଘୋଷଣା ହୋଇଛି। ଚଣ୍ଡିଗଡ଼ର ୨୧ ବର୍ଷିୟା ସୁନ୍ଦରୀ ହରନାଜ୍ ସନ୍ଧୁ ଏହି ଟାଇଟଲ୍ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବର୍ତ୍ତମାନ୍ ହରନାଜ୍ ମିସ୍ ୟୁନିଭର୍ସ ୨୦୨୧ ପ୍ରତିଯୋଗିତାରେ ଦେଶର ନେତୃତ୍ୱ ନେବେ । ମିସ୍ ୟୁନିଭର୍ସ ୨୦୨୧ ପ୍ରତିଯୋଗିତା ଚଳିତ ବର୍ଷ ଡିସେମ୍ବରରେ ଇସ୍ରାଏଲର ଇଲିୟଟ୍ରେ ଅନୁଷ୍ଠିତ ହେବ। ‘ମିସ୍ ଡିଭା ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୧’ର ଟାଇଟଲ୍ ଜିତିଥିବା ହରନାଜ୍ ସିନ୍ଧୁ ଗୀତ, ନାଚ, ଅଭିନୟ, ପହଁରିବା, ରୋଷେଇ କରିବା, ଘୋଡା ଚଢବା ଏବଂ ଅଭିନୟ କରିବାକୁ ବହୁତ୍ ଭଲ ପାଆନ୍ତି ।ସେ ଏହା ପୂର୍ବରୁ ୨୦୧୭ରେ ଟାଇମ୍ସକ୍ରେସ୍ଫେସ୍ ମିସ୍ ଚଣ୍ଡିଗଡ଼ ୨୦୧୭ ଟାଇଟଲ୍ ଜିତିଛନ୍ତି। ଏହାଛଡା ସେ ପଞ୍ଜାବୀ ଚଳଚ୍ଚିତ୍ର “ୟାରା ଦିୟା ପୁ ବରନ୍” ଏବଂ “ବାଇ ଜୀ କୁଟ୍ଟଙ୍ଗେ” ରେ ମଧ୍ୟ ଅଭିନୟ କରିଛନ୍ତି। ଡିଭା ମିସ୍ ୟୁନିଭର୍ସ ଇଣ୍ଡିଆର ଅନ୍ତିମ ରାଉଣ୍ଡକୁ ୬ ଜଣ ସୁନ୍ଦରୀ ଯୋଗ୍ୟ ବିଜେଜିତ ହୋଇଥିଲେ। ଏଥିରେ ଅଙ୍କିତା ସିଂ, ଦିବିତା ରାୟ, ହର୍ନାଜ ସନ୍ଧୁ, ରିତିକା ଖତ୍ନାନି, ସୋନାଲ କୁକରେଜା ଏବଂ ତାରିଣୀ କାଲିଙ୍ଗରାୟଙ୍କ ନାମ ସାମିଲ ଥିଲା। କିନ୍ତୁ ସମସ୍ତଙ୍କୁ ପରାସ୍ତ କରି ହର୍ନାଜ ସନ୍ଧୁ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୧ ଆଖ୍ୟା ଅର୍ଜନ କରିଛନ୍ତି। ସମସ୍ତ୍ କୋଭିଡ ପ୍ରୋଟୋକଲ ମାନି ଏହି ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ଏଥିରେ ସର୍ବଶ୍ରେଷ୍ଠ ୨୦ ଜଣ ବିଶିଷ୍ଟ ଫ୍ୟାଶନ୍ ଡିଜାଇନର୍ ଅଭିଷେକ ଶର୍ମାଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ପିନ୍ଧିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।