You are currently viewing ଶୀତ ଗାଏବ, ବଢୁଛି ତାପମାତ୍ରା

ଶୀତ ଗାଏବ, ବଢୁଛି ତାପମାତ୍ରା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୨୬.୧.୨୩) : ମାଘରେ ଶୀତ ଗାଏବ । ବଦଳୁଛି ପାଣିପାଗ । କମିଛି ଶୀତ ବଢୁଛି ତାପମାତ୍ରା । ବିଭିନ୍ନ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ ୩ ରୁ ୪ ଡିଗ୍ରୀ ସେଲସିୟସ ଉପରେ ପାରଦ । ୩୧ ଡିଗ୍ରୀ ସେଲସିୟସ ଉପରେ ୧୭ ସହରର ତାପମାତ୍ରା ରହୁଛି । ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୩୩.୦୮ ଡିଗ୍ରୀ ସେଲସିୟସ ରହିଛି । ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ହେବ ବୋଲି ଆଗୁଆ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ବାୟୁମଣ୍ଡଳରେ ସାମୁଦ୍ରିକ ବାୟୁର ପ୍ରଭାବ ନାହିଁ । ଏଥିପାଇଁ ତାପମାତ୍ରା ବଢୁଛି । ପୂର୍ବ ବର୍ଷ ଅପେକ୍ଷା ଏଥର ଅଧିକ ତାତି ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।