You are currently viewing ପୁରୀ ଚାପ ଖେଳ ବେଳେ ବିସ୍ଫୋରଣ : ୩ମୃତ, ୩୦ରୁ ଅଧିକ ଆହତ 

ପୁରୀ ଚାପ ଖେଳ ବେଳେ ବିସ୍ଫୋରଣ : ୩ମୃତ, ୩୦ରୁ ଅଧିକ ଆହତ 

  • Post category:ଓଡିଶା
  • Reading time:0 mins read

ଏଏନଏସ: ବିଶ୍ୱ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ପୁରୀରେ ଅଘଟଣ। ଗତକାଲି ପ୍ରଭୁ ଜଗନ୍ନାଥଙ୍କ ଚାପ ଖେଳ ଚାଲିଥିବା ବେଳେ ନରେନ୍ଦ୍ର ପୋଖରୀ ନିକଟରେ ବାଣ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହେଇଛନ୍ତି। ସୂଚନା ଅନୁଯାଇ ଆହତଙ୍କ ମଧ୍ୟରେ ୩ଜଣ ଶିଶୁ ମଧ୍ୟ ଅଛନ୍ତି। ପୁରୀରେ ପ୍ରାଥମିକ ଚିକିତ୍ସା ପରେ ୨୮ ଜଣଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ବିସ୍ଫୋରଣ କୁ ନେଇ ଏସସିବି ସୁପରିଟେଣ୍ଡେଣ୍ଟ କହିଛନ୍ତି, ଏବେ ୭ ଜଣ ଆହତଙ୍କ ଚିକିତ୍ସା ଚାଲିଛି। ଏମାନଙ୍କ ମଧ୍ୟରୁ ୩ ଜଣ ପ୍ଲାଷ୍ଟିକ୍ ସର୍ଜରୀ ଏବଂ ୪ ଜଣ ଜେନେରାଲ୍ ସର୍ଜରୀରେ ଚିକିତ୍ସିତ ହେଉଛନ୍ତି। ୩ ଜଣ ଗୁରୁତର ଆହତ ଆସିୟୁରେ ଅଛନ୍ତି। ଏମାନଙ୍କ ଶରୀରର ଶତପ୍ରତିଶତ ପୋଡି ଯାଇଛି। ଏବଂ ସେମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବା କହିଛନ୍ତି ଏସସିବି ସୁପରିଟେଣ୍ଡେଣ୍ଟ।

ଅନ୍ୟମାନଙ୍କୁ ଜଣାନ୍ତୁ।