You are currently viewing ଶ୍ରୀମନ୍ଦିରରେ ପ୍ରବେଶ କରି ୪ ଏଏନଏମ ଦିଦି ନିଲମ୍ବିତ

ଶ୍ରୀମନ୍ଦିରରେ ପ୍ରବେଶ କରି ୪ ଏଏନଏମ ଦିଦି ନିଲମ୍ବିତ

ପୁରୀ, ଶ୍ରୀମନ୍ଦିରରେ ପ୍ରବେଶ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ୪ ଏଏନଏମ ଦିଦି । ଏମାନଙ୍କୁ ନିଲମ୍ବିତ କରିଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ସୂଚନାଥାଉକି, ମନ୍ଦିର ସମ୍ମୁଖରେ ଡ୍ୟୁଟି କରୁଥିଲେ । ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ପାଇଥିବା ଭକ୍ତଙ୍କୁ ଥର୍ମାଲ ଚେକିଂ କରୁଥିଲେ । ମନ୍ଦିର ଭିତରେ ପ୍ରବେଶ ନେଇ ସେମାନଙ୍କୁ କୌଣସି ଅନୁମତି ମିଳିନଥିଲେ ସୁଧା ସେମାନେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ପରେ ଏ ଘଟଣା ଲୋକ ଲୋଚନକୁ ଆସିବାରୁ ୪ଜଣଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।