You are currently viewing ପାକିସ୍ତାନକୁ ବଡ଼ ଝଟକା; ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ୍

ପାକିସ୍ତାନକୁ ବଡ଼ ଝଟକା; ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ୍

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମକୁ ବଡ଼ ଝଟକା। ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ୍। ବିଶ୍ବକପରେ ପାକିସ୍ତାନର ପ୍ରଦର୍ଶନକୁ ନେଇ ଅନେକ ସମାଲୋଚନାର ଶିକାର ହୋଇଥିଲେ। ଏହାପରେ ସେ ଆଜି କ୍ରିକେଟର ସମସ୍ତ ତିନୋଟି ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଭାରତରେ ଚାଲିଥିବା ଆଇସିସି ଦିନିକିଆ ବିଶ୍ୱକପରେ ପାକିସ୍ତାନ କ୍ରିକେଟ୍ ଦଳର ଖରାପ ପ୍ରଦର୍ଶନ ପରେ ଅଧିନାୟକ ବାବର ଆଜାମ ସମସ୍ତ ଫର୍ମାଟରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ।

ବାବର ଏକ ବିବୃତ୍ତିରେ କହିଛନ୍ତି, “ମୋର ମନେ ଅଛି, ଯେତେବେଳେ ମୁଁ 2019ରେ ପାକିସ୍ତାନର ନେତୃତ୍ୱ ନେବାକୁ ପିସିବିରୁ କଲ ପାଇଥିଲି। ବିଗତ ଚାରି ବର୍ଷ ମଧ୍ୟରେ, ମୁଁ ପଡ଼ିଆରେ ଏବଂ ବାହାରେ ଅନେକ ଉତ୍ଥାନ-ପତନ ଅନୁଭବ କରିଛି। କିନ୍ତୁ କ୍ରିକେଟ୍ ଦୁନିଆରେ ପାକିସ୍ତାନର ଗର୍ବ ଓ ସମ୍ମାନ ବଜାୟ ରଖିବା ପାଇଁ ମୁଁ ମୋର ହୃଦୟରୁ ଚେଷ୍ଟା କରିଥିଲି।”

ଅନ୍ୟମାନଙ୍କୁ ଜଣାନ୍ତୁ।