ନେପାଳ: ନେପାଳର ପୁଷ୍ପ କମଲ ଦହଲ ସରକାର ଚାଇନା ବିରୋଧରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ନେପାଳର ଯୋଗାଯୋଗ ମନ୍ତ୍ରୀ ଆଜି କହିଛନ୍ତି, କ୍ୟାବିନେଟ୍ ବୈଠକରେ ନେପାଳ ସରକାର ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ।ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଚାଇନା ନେପାଳ ସହିତ ନିଜର ଘନିଷ୍ଠତା ବଢ଼ାଉଛି ଏବଂ ଏହାକୁ ରଣନୈତିକ ଢଙ୍ଗରେ ନିଜ ଆଡ଼କୁ ନୁଆଁଇବାକୁ ଚାହୁଁଛି ।ଠିକ୍ ସେହି ସମୟରେ ନେପାଳ ଏହାକୁ ଶକ୍ତ ଝଟ୍କା ଦେଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଭାରତ ସମେତ ଅନେକ ଦେଶ ସୁରକ୍ଷା କାରଣରୁ ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି ।

ଚାଇନା ଟିକ୍ଟକ୍ ଉପରେ ନେପାଳର ପ୍ରତିବନ୍ଧକ
- Post published:November 13, 2023
- Post category:ତାଜା ଖବର
- Reading time:1 mins read