You are currently viewing ସିଏମ୍ଓର ମୁଖ୍ୟ ପରାମର୍ଶଦାତା ସୁରେଶ

ସିଏମ୍ଓର ମୁଖ୍ୟ ପରାମର୍ଶଦାତା ସୁରେଶ

ଭୁବନେଶ୍ୱର (ଏଏନଏସ): ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ନୂଆ ଦାୟିତ୍ଵ ମିଳିଛି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ଅଧ୍ୟକ୍ଷ ଥିବା ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନୂଆ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି । ନୂଆ ନିଯୁକ୍ତି ପାଇବା ପୂର୍ବରୁ ଓଇଆର୍‌ସି ଅଧ୍ୟକ୍ଷ ଦାୟିତ୍ୱରୁ ସେ ଅବ୍ୟାହତି ନେଇଛନ୍ତି।

ଏଥି ସହିତ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନିଯୁକ୍ତି ପରିପ୍ରେକ୍ଷୀରେ ବର୍ତ୍ତମାନ କ୍ୟାବିନେଟ୍ ବ୍ୟାଙ୍କ ସହିତ ମୁଖ୍ୟ ପରାମର୍ଶଦାତା (ସ୍ଵତନ୍ତ୍ର କାର୍ଯ୍ୟକ୍ରମ) ଥିବା ଆର୍ ବାଲକ୍ରିଷ୍ଣନ୍ ସେହି ଦାୟିତ୍ୱରେ ରହିବେ। ଶ୍ରୀ ବାଲକ୍ରିଷ୍ଣନ୍‌ଙ୍କୁ ଅତିରିକ୍ତ ଭାବେ ପ୍ରଦାନ କରାଯାଇ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଦାୟିତ୍ୱରୁ ଅପସାରଣ କରାଯାଇଛି। ଅପରପକ୍ଷେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀଙ୍କ ଅନୁରୋଧକ୍ରମେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଦାୟିତ୍ଵରୁ ଅବ୍ୟାହତି ଦିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।