bankholiday

ତୁରନ୍ତ ସାରନ୍ତୁ ବ୍ୟାଙ୍କ କାମ, ନଭେମ୍ବର ମାସରେ ୧୫ଦିନ ବନ୍ଦ ରହିବ ବ୍ୟାଙ୍କ  

ଆରମ୍ଭ ହୋଇଯାଇଛି ନଭେମ୍ବର ମାସ। ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଗୁରୁତ୍ୱପୂର୍ଣ୍ଣ କାମ ରହିଛି, ତେବେ ତୁରନ୍ତ କରିନିଅନ୍ତୁ। କାରଣ ଚଳିତ ମାସରେ ଦୀପାବଳି, ଛଟ୍‌ ପୂଜା ସମେତ ଅନେକ ପର୍ବ ପାଇଁ କିଛି ଦିନ ବ୍ୟାଙ୍କ ବନ୍ଦ ରହିବ। ଅର୍ଥାତ ନଭେମ୍ବର ମାସରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ବନ୍ଦ ରହିବା ସମୟରେ ଏଟିଏମ ଏବଂ ଇଣ୍ଟରନେଟ ସେବା ଚାଲୁ ରହିବ।

ବ୍ୟାଙ୍କ ଛୁଟି ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି।

୧ ନଭେମ୍ବର : କନ୍ନଡର ରାଜ୍ୟତ୍ସୋବ/କୁଟ/କରଓ୍ଵା ଚୌଥ ଯୋଗୁଁ ବେଙ୍ଗାଲୁରୁ, ଇମ୍ଫାଲ ଏବଂ ଶିମଲା ବ୍ୟାଙ୍କ ବନ୍ଦ।

୫ ନଭେମ୍ବର : ରବିବାର

୧୦ ନଭେମ୍ବର : ଗୋବର୍ଦ୍ଧନ ପୂଜା/ଲକ୍ଷ୍ମୀ ପୂଜା/ଦୀପାବଳି ଯୋଗୁଁ ଶିଲଂରେ ବ୍ୟାଙ୍କ ବନ୍ଦ।

୧୧ ନଭେମ୍ବର : ଦ୍ୱିତୀୟ ଶନିବାର

୧୨ ନଭେମ୍ବର : ରବିବାର

୧୩ ନଭେମ୍ବର : ଗୋବର୍ଦ୍ଧନ ପୂଜା/ଲକ୍ଷ୍ମୀ ପୂଜା/ଦୀପାବଳି ଯୋଗୁ ଅଗରତାଲା, ଡେରାଡୁନ, ଗ୍ୟାଙ୍ଗଟକ, ଇମ୍ଫାଲ, ଜୟପୁର, କାନପୁର, ଲକ୍ଷ୍ନୌରେ ବ୍ୟାଙ୍କ ବନ୍ଦ।

୧୪ ନଭେମ୍ବର : ଦୀପାବଳି/ଲକ୍ଷ୍ମୀ ପୂଜା ଯୋଗୁଁ ଅହମଦାବାଦ, ବେଲାପୁର, ବେଙ୍ଗାଲୁରୁ, ଗ୍ୟାଙ୍କଟକ, ମୁମ୍ବାଇ, ନାଗପୁରରେ ବ୍ୟାଙ୍କ ବନ୍ଦ।

୧୫ ନଭେମ୍ବର : ଭାଇଦୁଜ/ଚିତ୍ରଗୁପ୍ତ ଜୟନ୍ତୀ/ଲକ୍ଷ୍ମୀ ପୂଜା/ଭାଦ୍ୱିତୀୟା କାରଣ ଯୋଗୁଁ ଗ୍ୟାଙ୍ଗଟକ, ଇମ୍ଫାଲ, କାନପୁର, କୋଲକତା, ଲକ୍ଷ୍ନୌରେ ବ୍ୟାଙ୍କ ବନ୍ଦ।

୧୯ ନଭେମ୍ବର : ରବିବାର

୨୦ ନଭେମ୍ବର : ଛଟ୍‌

୨୩ ନଭେମ୍ବର : ଡେରାଡୁନ ଏବଂ ଶିଲଂରେ ବ୍ୟାଙ୍କ ବନ୍ଦ।

୨୫ ନଭେମ୍ବର : ଚତୁର୍ଥ ଶନିବାର

୨୬ ନଭେମ୍ବର : ରବିବାର

୨୭ ନଭେମ୍ବର : ଗୁରୁ ନାନକ ଜୟନ୍ତୀ/କାର୍ତ୍ତିକ ପୂର୍ଣ୍ଣିମା

୩୦ ନଭେମ୍ବର : କନକଦାସ ଜୟନ୍ତୀ (ବେଙ୍ଗାଲୁରୁ)

ଅନ୍ୟମାନଙ୍କୁ ଜଣାନ୍ତୁ।