manoranjan mishra

ଜାତୀୟ ସ୍ତରରେ ପୁଣି ଜଣେ ଓଡ଼ିଆ, ଆରବିଆଇ ଏକଜିକ୍ୟୁଟିଭ ଡିରେକ୍ଟର ହେଲେ ମନୋରଞ୍ଜନ ମିଶ୍ର 

ନୂଆଦିଲ୍ଲୀ: ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ । ରିଜର୍ଭ ବ୍ୟାଙ୍କର ଏକଜିକ୍ୟୁଟିଭ ଡି଼ରେକ୍ଟର ଭାବେ ଦାୟିତ୍ବ ନେଇଛନ୍ତି ମନୋରଞ୍ଜନ ମିଶ୍ର। ତେବେ ମନୋରଂଜନ ନଭେମ୍ବର ୧ରୁ ଦାୟିତ୍ୱ ନେଇଛନ୍ତି। ପୂର୍ବରୁ ସେ ରିଜର୍ଭ ବ୍ୟାଙ୍କର ରେଗୁଲେସନ ବିଭାଗରେ ଚିଫ୍ ଜେନେରାଲ ମ୍ୟାନେଜର ଥିଲେ। ଏଥି ସହ ଆରବିଆଇରେ ସେ ପ୍ରାୟ ୩ ଦଶନ୍ଧି ଧରି କାମ କରି ଆସୁଛନ୍ତି। ବ୍ୟାଙ୍କ ଓ ଏନବିଏଫସିର ରେଗୁଲେସନ, ବ୍ୟାଙ୍କ ଓ ମୁଦ୍ରା ପରିଚାଳନା ନେଇ ତାଙ୍କର ବହୁ ଅଭିଜ୍ଞତା ମଧ୍ୟ ରହିଛି। ମନୋରଞ୍ଜନ ମିଶ୍ର ଅର୍ଥନୀତିରେ ସ୍ନାତକୋତ୍ତର  ଓ ଫାଇନାନ୍ସରେ ଏମବିଏ କରିଛନ୍ତି । ଏହାସହ ସେ ୟୁକେର ଆଷ୍ଟନ ୟୁନିଭରସିଟିରୁ ଫାଇନାନ୍ସ ଓ ଫାଇନାନସିଆଲ ରେଗୁଲେସନରେ ମଧ୍ୟ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।