Platform-Ticket

ରେଳ ବିଭାଗର ନୂଆ ନିୟମ: ଏଣିକି ପ୍ଲାଟଫର୍ମ ଟିକେଟରେ କରିପାରିବେ ଟ୍ରେନ୍ ଯାତ୍ରା 

ଭାରତୀୟ ରେଳ ବିଭାଗ ପକ୍ଷରୁ ରେଳରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ନୁଆ ନିୟମ ଜାରି କରାଯାଇଛି। ଏହି ସୁବିଧା ଟ୍ରେନରେ ଯାତ୍ରା କରୁଥିବା ପ୍ରତ୍ୟେକଟି ଲୋକ ପାଇପାରିବେ | ଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖି ଭାରତୀୟ ରେଳ ବିଭାଗ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନିୟମର ପରିବର୍ତ୍ତନ କରିଥାଏ। ଏହି କ୍ରମରେ ରେଳବାଇ ଏମିତି ଏକ ନିୟମ ଆଣିଛି ଯାହାଦ୍ୱାରା ଯାତ୍ରୀମାନେ ଅନେକ ସାହାଯ୍ୟ ପାଇପାରିବେ।

ସାଧାରଣତଃ ଟ୍ରେନରେ ଯିବା ଆସିବା କରିବା ପାଇଁ ଟ୍ରାଭେଲ ଟିକେଟ ଦରକାର ହୋଇଥାଏ କିନ୍ତୁ ଏବେ ଆପଣମାନେ ବିନା ଟିକେଟ ରେ ଟ୍ରେନରେ ଯାତ୍ରା କରିପାରିବେ। ବର୍ତ୍ତମାନ ସେଥିପାଇଁ ଆପଣଙ୍କୁ ପ୍ଲାଟଫର୍ମ ଟିକେଟର ଆବଶ୍ୟକତା ପଡିପାରେ। ରେଳ ନିୟମ ଅନୁସାରେ ଯଦି ଆପଣ ଟ୍ରେନରେ ଆଗୁଆ ରିଜର୍ଭେସନ୍ କରିନାହାନ୍ତି କିନ୍ତୁ ଆପଣଙ୍କୁ ଟ୍ରେନରେ ଯିବାକୁ ଅଛି ତାହାଲେ ଆପଣ ପ୍ଲାଟଫର୍ମ ଟିକେଟ କରି ଟ୍ରେନରେ ଚଢିପାରିବେ। ପରେ ଟିଟି ଠାରୁ ନୂଆ ଟିକେଟ ନେଇପାରିବେ। ଏହି ସବୁ ନିୟମ ରେଳ ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇଛି।

ଜାଣିରଖନ୍ତୁ ଯଦି କେବେ ଆପଣ ଜଲଦିରେ ଥାନ୍ତି କିମ୍ବା ଆପଣଙ୍କୁ ହଠାତ ଟ୍ରେନରେ ଯାତ୍ରା କରିବାକୁ ପଡିଥାଏ ତେବେ ପ୍ରଥମେ ଆପଣ ପ୍ଲାଟଫର୍ମ ଟିକେଟ କରି ଟ୍ରେନ ରେ ଚଢ଼ିଯାଆନ୍ତୁ| ଏହପରେ ଆପଣ ଟ୍ରେନ ଭିତରେ ଟିଟିଙ୍କୁ ଦେଖି ସେହି ପ୍ଲାଟଫର୍ମ ଟିକେଟ ଦେଇ ନୂଆ ଟିକେଟ କରାଇନିଅନ୍ତୁ। କିନ୍ତୁ ଟିଟି ଠାରୁ ଟିକେଟ ବନାଇବା ସମୟରେ ଆପଣଙ୍କୁ ସେହି ଷ୍ଟେସନରୁ ଭଡା ଦେବା ପାଇଁ ପଡିବ ଯେଉଁଠାରୁ ଆପଣ ପ୍ଲାଟଫର୍ମ ଟିକେଟ ନେଇଛନ୍ତି। ଏହା ସହିତ ଆପଣ ଯେଉଁ ଶ୍ରେଣୀରେ ଯାଉଛନ୍ତି ସେହି ଶ୍ରେଣୀର ଭଡା ମଧ୍ୟ ଦେବା ପାଇଁ ପଡିବ। କିନ୍ତୁ ଆପଣଙ୍କୁ ନିଜର ଆକାଉଣ୍ଟରୁ ନିଆଯାଇଥିବା ଟ୍ରାଭେଲ ଟିକେଟ ନିଜ ସହ ନେବା ପାଇଁ ପଡିବ, ଯଦି ଆପଣ ଟିକେଟକୁ ମୋବାଇଲରେ ଫୋଟ ଉଠାଇ ଯାତ୍ରା କରୁଛନ୍ତି ତେବେ ଏହା ବୈଧତା ହେବ ନାହିଁ। ଯଦି ନିଜପାଖରେ କାଉଣ୍ଟରରୁ ନିଆଯାଇଥିବା ଟିକେଟ ନାହିଁ ତାହାଲେ ଆପଣଙ୍କୁ କିଛି ସର୍ତ ପୁରଣ କରିବା ପାଇଁ ପଡିବ ଏବଂ ସର୍ତକୁ ପୁରଣ କରିବା ପରେ ଟ୍ରେନରେ ଯିବା ପାଇଁ ଆପଣଙ୍କୁ ଅନୁମତି ମିଳିବ। ସର୍ବପ୍ରଥମେ ଟିଟିର ସାମ୍ନାରେ ନିଜକୁ ସାବ୍ୟସ୍ତ କରିବା ପାଇଁ ପଡିବ କି ଆପଣ ସେହି ବ୍ୟକ୍ତି ଯିଏ ଟିକେଟ କିଣିଛନ୍ତି। ଯଦି ଟିଟି ଆପଣଙ୍କ ପ୍ରମାଣରେ ସନ୍ତୁଷ୍ଟ ନ ହୁଅନ୍ତି ତେବେ ଆପଣଙ୍କୁ ଟିଟିଙ୍କ ନିକଟରେ ଜରିମାନା ଭରିବାକୁ ପଡ଼ିବ।

 

ଅନ୍ୟମାନଙ୍କୁ ଜଣାନ୍ତୁ।