ଓଲା ଏବଂ ଉବେର କମ୍ପାନୀକୁ ଝଟକା

ବେଙ୍ଗାଲୁର (୮.୧୦.୨୨) : କାର, ଅଟୋ ଓ ବାଇକ ଚଲାଉ ଥିବା ଓଲା ଏବଂ ଉବେର କମ୍ପାନୀକୁ ଝଟକା ଲାଗିଛି । ଏହି ଦୁଇ କମ୍ପାନୀ ଆଉ ବେଙ୍ଗାଲୁରରେ ଅଟୋ ଚଳାଇ ପାରିବେ ନାହିଁ । ତେବେ କର୍ଣ୍ଣାଟକା ସରକାର ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯାତ୍ରୀଙ୍କୁ ହଇରାଣ ହରକତ କରିବାର ମାତ୍ରାଧିକ ଅଭିଯୋଗ ଆସିବା ପରେ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।  ଓଲା, ଓବେର ଏବଂ ଅନ୍ୟ କିଛି ସଂସ୍ଥା ଅଟୋ ରିକ୍ସା ଚଳାଇବା ସରକାରୀ ଭାବେ ସ୍ୱୀକୃତପ୍ରାପ୍ତ ନୁହଁ। ସେମାନେ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ଦାବି କରୁଥିବା  ବେଙ୍ଗାଲୁରୁ ଅତିରିକ୍ତ କମିଶନର ହେମନ୍ତ କୁମାର କହିଛନ୍ତି। ଯାତ୍ରୀମାନଙ୍କୁ ଅକଥନୀୟ ନିର୍ଯାତନା ଆଦୌ ବରଦାସ୍ତ କରାଯାପାରିବ ନାହିଁ।  ଏହି ସଂସ୍ଥା ଗୁଡ଼ି ଯାତ୍ରୀମାନଙ୍କୁ ଭଡ଼ା ବାବଦରେ ମାତ୍ରାଧିକ ଅର୍ଥ ଦାବି କରୁଛନ୍ତି। ତେଣୁ କର୍ଣ୍ଣାଟକର ସଡ଼କ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଉପରୋକ୍ତ ୨ କମ୍ପାନୀ ସମେତ ଅନ୍ୟ ସଂସ୍ଥାକୁ ବେଙ୍ଗାଲୁରୁରେ ସେବା ବନ୍ଦ ପାଇଁ ନୋଟିସ୍‌ ଜାରି କରିଥିବା ସେ କହିଛନ୍ତି। ଏହି ଅଭିଯୋଗକୁ ଓଲା-ଓବେର କମ୍ପାନୀ ପକ୍ଷରୁ ଅସ୍ୱୀକାର କରାଯାଇଛି। ନିକଟରେ ଭାରତରେ ଅଟୋ ରିକ୍ସା ସେବାକୁ ନେଇ ଓବେର ପକ୍ଷରୁ ଟେଲିଭିଜନରେ ଏକ ବିଜ୍ଞାପନ ପ୍ଲେ ହୋଇଥିଲା।

Leave A Reply

Your email address will not be published.