You are currently viewing ଏକ ଲକ୍ଷ ଭାରତୀୟଙ୍କୁ ମିଳିବ ବିଦେଶରେ ଚାକିରି

ଏକ ଲକ୍ଷ ଭାରତୀୟଙ୍କୁ ମିଳିବ ବିଦେଶରେ ଚାକିରି

ତେଲଆଭିବ: ପଶ୍ଚିମ ଏସିଆରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଉତ୍ତେଜନା ବଢିବାରେ ଲାଗିଛି ଏବଂ ବହୁ ସଂଖ୍ୟକ ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି, ଏହି ଯୁଦ୍ଧ ଭାରତୀୟଙ୍କ ପାଇଁ ଏକ ସୁଯୋଗ ଆଣିଦେଇଛି। ଗାଜାରେ ଚାଲିଥିବା ଲଢେଇ ହେତୁ ଇସ୍ରାଏଲ ସରକାର ନିଜ ଦେଶରେ ଏକ ଲକ୍ଷ ଭାରତୀୟଙ୍କୁ ଚାକିରୀ ଯୋଗାଇବାକୁ ପ୍ରସ୍ତୁତ ହେଉଛନ୍ତି।

ଯଦି ଏହା ଘଟେ ତେବେ ଇସ୍ରାଏଲରେ କାର୍ଯ୍ୟ କରୁଥିବା ପାଲେଷ୍ଟାଇନ ନାଗରିକଙ୍କ ସ୍ଥାନ ଭାରତୀୟମାନେ ନେବେ। ସୂଚନାଯୋଗ୍ୟ, ନିର୍ମାଣ କ୍ଷେତ୍ରରେ ଏହି ଚାକିରିଗୁଡ଼ିକ ଉପଲବ୍ଧ ହେବ।
ଏକ ଆମେରିକୀୟ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଇସ୍ରାଏଲ ବିଲଡର୍ସ ଆସୋସିଏସନର ଉପସଭାପତି ହାଏମ ଫେଗଲିନ କହିଛନ୍ତି ଯେ ଯଦି ଇସ୍ରାଏଲ ସରକାର ଅନୁମୋଦନ ଦିଅନ୍ତି, ତେବେ ଇସ୍ରାଏଲ ନିର୍ମାଣକାରୀ କମ୍ପାନୀ ଏକ ଲକ୍ଷ ଭାରତୀୟଙ୍କୁ ଚାକିରି ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି, ଯେଉଁମାନେ ୯୦ ହଜାର ପାଲେଷ୍ଟାଇନ ଗ୍ରାମରେ କାମ କରିବେ। 

ଅନ୍ୟମାନଙ୍କୁ ଜଣାନ୍ତୁ।