You are currently viewing ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ବନ୍ଧା ହେଲେ ସହକାରୀ ଯନ୍ତ୍ରୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ବନ୍ଧା ହେଲେ ସହକାରୀ ଯନ୍ତ୍ରୀ

  • Post category:ଅପରାଧ
  • Reading time:1 mins read

କଟକ(ଏଏନଏସ): ବନ୍ଧା ହେଲେ କୋଟିପତି ସହକାରୀ ଯନ୍ତ୍ରୀ । ସାଲେପୁର ଗ୍ରାମ୍ୟ ପୂର୍ତ୍ତ ବିଭାଗ ସବ ଡିଭିଜନ ସହକାରୀ ଯନ୍ତ୍ରୀ ଅର୍ଜୁନ କୁମାର ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ । ଆଜି ତାଙ୍କୁ ଭୁବନେଶ୍ବର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ଆୟ ବର୍ହିଭୂତ ସମ୍ପତ୍ତି ନେଇ ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର ଦେଇପାରିଲେନି ଅର୍ଜୁନ ସାହୁ।

ଗତକାଲି ଏକକାଳୀନ ୮ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର ଖଣ୍ଡଗିରି ବିହାରରେ ଅଛି ତିନି ମହଲା ଘର। ଡେରାବିଶି ସଦାନନ୍ଦପୁରରେ ଅଛି ଦୁଇ ମହଲା ଘର। କେନ୍ଦ୍ରାପଡା ବଳରାମପୁର ଭଡ଼ା ଘରେ ଚଢ଼ାଉ ହୋଇଥିଲା। ସାଲେପୁର ସରକାରୀ ବାସଭବନ ଏବଂ କେନ୍ଦ୍ରାପଡା ରାଇପୁରରେ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲା। କେନ୍ଦ୍ରାପଡା ବଡ଼ହାଟରେ ତାଙ୍କର ସହଯୋଗୀଙ୍କ ଏବଂ କେନ୍ଦ୍ରାପଡାରେ ଅନ୍ୟ ଜଣେ ଘନିଷ୍ଠ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିଲା। ଏହାସହ ସହକାରୀ ଯନ୍ତ୍ରୀଙ୍କ ୨୧ଟି ପ୍ଲଟ ରହିଛି। ୭୦ ଲକ୍ଷରୁ ଅଧିକ ଟଙ୍କାର ଜମାରାଶି, ୨୧୮ ଗ୍ରାମ ସୁନା ଅଳଙ୍କାର, ୩ଟି ଚାରି ଚକିଆ ଓ ନଗଦ ୩ଲକ୍ଷ ଟଙ୍କା ଜବତ କରିଛି ତଦନ୍ତକାରୀ ଦଳ ।

ଅନ୍ୟମାନଙ୍କୁ ଜଣାନ୍ତୁ।