You are currently viewing ନଭେମ୍ବର 20ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ନଭେମ୍ବର 20ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ଭୁବନେଶ୍ୱର (ଏଏନଏସ): ଚଳିତ ମାସ ୨୦ ଓ ୨୧ ତାରିଖ ଦୁଇ ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ଜନ୍ମମାଟି ରାଇରଙ୍ଗପୁରକୁ ଦ୍ୱିତୀୟ ଥର ଗସ୍ତରେ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ। ଯଦିଓ ରାଷ୍ଟ୍ରପତି ଭବନରୁ ଜିଲା ପ୍ରଶାସନକୁ ଏନେଇ ଅଦ୍ୟାବଧି କୌଣସି ବିଦ୍ଧିବଦ୍ଧ ସୂଚନା ଆସିନାହିଁ, ତଥାପି ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଓ ରାଜ୍ୟ ବିଜେପି ସମ୍ପାଦକ ନବୀନ କୁମାର ରାମ ଏଭଳି ଗସ୍ତ ନେଇ ସୂଚନା ଦେଇଛନ୍ତି।

ରାଷ୍ଟ୍ରପତି ଆସନ୍ତା ୨୦ ତାରିଖରେ ପ୍ରଥମେ ବାରିପଦାରେ ପହଞ୍ଚି ସାନ୍ତାଳୀ ରାଇଟର୍ସ ଏସୋସିଏସନର ଏକ ସ୍ୱତନ୍ତ୍ର ସମ୍ମିଳନୀ ଓ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ହେଲିକପ୍ଟର ଯୋଗେ ରାଇରଙ୍ଗପୁରରେ ପହଞ୍ଚିବେ। ରାଇରଙ୍ଗପୁରରେ ସ୍ଥାନୀୟ ଲୋକଙ୍କୁ ଭେଟିବେ ଓ ରାତ୍ରି ଯାପନ କରିବେ। ପରଦିନ ଶ୍ରୀମତୀ ମୁର୍ମୁ ବାଦାମପାହାଡରେ ରେଳ ମନ୍ତ୍ରଣାଳୟ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିବେ। ଏଥିପାଇଁ ଦକ୍ଷିଣ ପୂର୍ବ ରେଳ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। 

ସେହିପରି ତାଙ୍କ ଦ୍ୱାରା ସ୍ଥାପିତ ଏସଏଲଏସ ଟ୍ରଷ୍ଟ ଆବାସିକ ବିଦ୍ୟାଳୟ ନିକଟରେ ଥିବା ଏଲଏଣ୍ଡଟି କମ୍ପାନୀ ସ୍ଥାପିତ ଦକ୍ଷତା ବିକାଶ କେନ୍ଦ୍ରକୁ ଆଭାସୀ ଜରିଆରେ ଲୋକାର୍ପଣ କରାଯିବ। ଏହାବ୍ୟତୀତ ରାଇରଙ୍ଗପୁର ମୁଖ୍ୟ ଡାକଘର ଏବେ ଜିଲା ବା ଡିଭିଜନାଲ ମୁଖ୍ୟ ଡାକ କାର୍ଯ୍ୟାଳୟ ହେବାର ସୂଚନା ମିଳିଛି। 

ଅନ୍ୟମାନଙ୍କୁ ଜଣାନ୍ତୁ।