ନୂଆଦିଲ୍ଲୀ (୬.୧୦.୨୨) : ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ଏକ ଭାରତୀୟ ଶିଖ ପରିବାରର ୪ ଜଣ ସଦସ୍ୟଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଉକ୍ତ ପରିବାରର ସଦସ୍ୟଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ୮ ମାସର ଶିଶୁ ମଧ୍ୟ ଅଛି । ଜଣେ ୪୮ ବର୍ଷୀୟ ଯୁବକ ଏହି ପରିବାରକୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ଅପହରଣକାରୀ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଛନ୍ତି । ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗୁରୁତର ଅବସ୍ଥାରେ ହେପାଜତକୁ ନେଇଛି । ମୃତ ପରିବାର ସଦସ୍ୟଙ୍କ ଘର ପଞ୍ଜାବର ହୋସିରାପୁରରେ । ତେବେ ସେମାନେ ବ୍ୟବସାୟ ପାଇଁ କାଲିଫର୍ଣ୍ଣିଆରେ ରହୁଥିଲେ । ସୋମବାର ଉକ୍ତ ପରିବାର ମାଲିକାନାରେ ଥିବା ଏକ କାରକୁ ଜବତ କରାଯାଇଛି । ଏହି କାରରେ ସେହି ପରିବାରକୁ ଅପହରଣ କରାଯାଇଥିଲା । ଏହାକୁ ନେଇ ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି ।
ଝଗଡ଼ା ହେବାରୁ ରାସ୍ତାରେ ପିଲାକୁ ଛାଡ଼ି ପଳାଇଲେ ମା ବାପା ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁ