You are currently viewing ଆଜି କୋର୍ଟରେ ହାଜର ହେବେ ମହାଙ୍ଗା ବିଧାୟକ ପ୍ରତାପ ଜେନା

ଆଜି କୋର୍ଟରେ ହାଜର ହେବେ ମହାଙ୍ଗା ବିଧାୟକ ପ୍ରତାପ ଜେନା

  • Post category:ଅପରାଧ
  • Reading time:1 mins read

ଭୁବନେଶ୍ୱର (ଏଏନ୍ଏସ): ମହାଙ୍ଗା ଡବଲ ମର୍ଡର ମାମଲାରେ ଆଜି କୋର୍ଟରେ ହାଜର ହେବେ ମାହାଙ୍ଗା ବିଜେଡି ବିଧାୟକ ପ୍ରତାପ ଜେନା। ସାଲେପୁର ଜେଏମଏଫସି କୋର୍ଟ ଜାରି କରିଥିବା ନୋଟିସ ଅନୁସାରେ ଆଜି ବିଧାୟକ ପ୍ରତାପ ଜେନା କୋର୍ଟ ରେ ହାଜର ହେବେ। ତେବେ ଗତ ସେପ୍ଟେମ୍ବରରେ ପ୍ରତାପଙ୍କ ବିରୋଧରେ ତଦନ୍ତ ଜାରି ରଖିବା ସହ ଭୁବନେଶ୍ୱର କୋର୍ଟକୁ ମାମଲା ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଏଥି ସହ ତଥ୍ୟ, ପ୍ରମାଣ, ସାକ୍ଷୀଙ୍କ ବୟାନ ଆଧାରରେ ପ୍ରତାପଙ୍କ ବିରୋଧରେ ଆସିଥିବା ହତ୍ୟା ଅଭିଯୋଗର ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସୂଚନା ଥାଉ କି ୨୦୨୧ ଜାନୁଆରୀ ୩ ତାରିଖରେ ବିଜେପି ନେତା ତଥା ପୂର୍ବତ ମାହାଙ୍ଗା ବ୍ଳକ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଦିବ୍ୟସିଂଘ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ ବିଶ୍ୱାଳଙ୍କ ଟାଙ୍ଗି-କଟକ ରାସ୍ତା ସନ୍ଦେହଜନକ ଭାବେ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।