You are currently viewing ସ୍ତ୍ରୀକୁ ନିର୍ଯାତନା ଅଭଯୋଗରେ ବିବେକଙ୍କ ନାମରେ ମାମଲା 

ସ୍ତ୍ରୀକୁ ନିର୍ଯାତନା ଅଭଯୋଗରେ ବିବେକଙ୍କ ନାମରେ ମାମଲା 

ନୂଆଦିଲ୍ଲୀ: ଲୋକପ୍ରିୟ ୟୁଟ୍ୟୁବର ତଥା ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରାଙ୍କ ନାଁରେ ମାମଲା ରୁଜୁ । ଛୋଟ ବିବାଦ ଯୋଗୁଁ ନିଜ ସ୍ତ୍ରୀଙ୍କୁ ମାରପିଟ ସହ ନିର୍ୟାତନା ଦେଉଥିବା ଅଭିଯୋଗରେ ବିବେକଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ବିବେକଙ୍କ ବିରୋଧରେ ତାଙ୍କ ଶାଳକ ବୈଭବ କ୍ବାତ୍ରା ଏତଲା ଦେଇଥିବା ନେଇ ନୋଏଡା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

 

ନୋଏଡା ସେକ୍ଟର ୧୨୬ ଥାନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ବିବେକ ବିନ୍ଦ୍ରା ତାଙ୍କ ସ୍ତ୍ରୀକୁ ମାରପିଟ କରିଥିବା ବେଳେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଅନକ ଦିନ ଯାଏଁ ତାଙ୍କର ଚିକିତ୍ସା ଜାରି ରହିଥିଲା । ଏହାସହ ତାଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିବା ନେଇ ମଧ୍ୟ ବିବେକଙ୍କ ଶାଳକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

 

ସୂଚନା ଅନୁସାରେ, ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରାଙ୍କ ସ୍ତ୍ରୀଙ୍କ ସହିତ ନୋଏଡାର ସେକ୍ଟର ୯୪ର ସୁପରନୋଭା ୱେଷ୍ଟ୍ ରେସିଡେନ୍ସି ରହୁଥିଲେ । ତେବେ ଗତ ୭ ତାରିଖ ଦିନ କୌଣସି କାରଣରୁ ବିବେକ ଏବଂ ତାଙ୍କ ମାଆଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଝଗଡାର ସମାଧାନ କରିବାକୁ ଆସିବାରୁ ବିବେକ ତାଙ୍କ ସ୍ତ୍ରୀ ୟାନିକାକୁ ମଧ୍ୟ ମାରପିଟ କରିଥିଲେ । କହିରଖୁଛୁ କି, ଗତ ଡିସେମ୍ବର ୬ ତାରିଖରେ ବିବେକ ବିନ୍ଦ୍ରା ୟାନିକା ସହିତ ବିବାହ କରିଥିବା ବେଳେ ସାତଦିନ ନପୁରୁଣୁ ଥାନାରେ ମାମଲା ପହଞ୍ଚିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।