You are currently viewing ଜାଣନ୍ତୁ କେଉଁ ବଲିଉଡ୍ କଳାକାରଙ୍କ ଭାଇ କିମ୍ବା ଭଉଣୀ ଲାଇମଲାଇଟରୁ ରହିଛନ୍ତି ଦୂରରେ…

ଜାଣନ୍ତୁ କେଉଁ ବଲିଉଡ୍ କଳାକାରଙ୍କ ଭାଇ କିମ୍ବା ଭଉଣୀ ଲାଇମଲାଇଟରୁ ରହିଛନ୍ତି ଦୂରରେ…

ବଲିଉଡ୍ ବହୁ କଳାକାର ଫିଲ୍ମ କରିନଥିବା ସତ୍ତ୍ୱେ ମଧ୍ୟ ପରିବାର କାରଣରୁ ଚର୍ଚ୍ଚାରେ ରହି ଆସିଛନ୍ତି । ଏହି ତାରକାମାନେ ଚଳଚ୍ଚିତ୍ର ମାଧ୍ୟମରେ ଅନେକ ନାମ ଅର୍ଜନ କରିଥିଲେ, କିନ୍ତୁ ସେମାନଙ୍କର ଭାଇ କିମ୍ବା ଭଉଣୀମାନେ କେବେ ଫିଲ୍ମରେ ଅଭିନୟ କରିନାହାଁନ୍ତି
ରଣବୀର କପୁର ଏବଂ ରିଦ୍ଧିମା କପୁର :


୨୮ ସେପ୍ଟେମ୍ବରରେ ବଲିଉଡର ଭେଟେରାନ୍ ଅଭିନେତା ରଣବୀର କପୁର ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ସେ ବଲିଉଡର ପ୍ରସିଦ୍ଧ କପୁର ପରିବାରର ଅଟନ୍ତି । ରଣବୀର କପୁରଙ୍କ ପରିବାରର ପ୍ରାୟ ସମସ୍ତେ ଚଳଚ୍ଚିତ୍ର ଜଗତ ସହିତ ଜଡିତ ଥିଲେ, କିନ୍ତୁ ତାଙ୍କ ଭଉଣୀ ରିଦ୍ଧିମା କପୁର ସବୁବେଳେ ଫିଲ୍ମଠାରୁ ଦୂରରେ ରହିଆସୁଥିଲେ।
ଅଭିଷେକ ବଚ୍ଚନ ଏବଂ ଶ୍ୱେତା ବଚ୍ଚନ :


ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରାୟ ସମସ୍ତ ପରିବାର ଚଳଚ୍ଚିତ୍ର ସହିତ ଜଡିତ ପୁଅ ଅଭିଷେକ ବଚ୍ଚନ ମଧ୍ୟ ଜଣେ ପ୍ରସିଦ୍ଧ ତାରକା, କିନ୍ତୁ ଅଭିଷେକ ବଚ୍ଚନଙ୍କ ଭଉଣୀ ଶ୍ୱେତା ନନ୍ଦା ବଚ୍ଚନ କେବେବି ଫିଲ୍ମରେ ଅଭିନୟ କରିନାହାଁନ୍ତି । ବାପା, ମା, ଭାଇ ଏବଂ ବୋହୂ ବଡ ପରଦାରେ ଜଣାଶୁଣା ସତ୍ତ୍ୱେ ଶ୍ୱେତା ନନ୍ଦା ବଚ୍ଚନଙ୍କୁ ବହୁତ କମ ଲାଇମଲାଇଟରେ ଦେଖିବାକୁ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।