You are currently viewing ବିବାହର ୧୮ ବର୍ଷ ପରେ  ଅଲଗା ହେଲେ ଧନୁଷ- ଐଶ୍ୱର୍ଯ୍ୟା

ବିବାହର ୧୮ ବର୍ଷ ପରେ ଅଲଗା ହେଲେ ଧନୁଷ- ଐଶ୍ୱର୍ଯ୍ୟା

ନୂଆଦିଲ୍ଲୀ ୧୮/୦୧: ବିବାହର ୧୮ ବର୍ଷ ପରେ  ଅଲଗା ହେଲେ ସାଉଥ୍ ଷ୍ଟାର ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ। ଏନେଇ ଧନୁଷ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ଦକ୍ଷିଣୀ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚା ସୃଷ୍ଟି କରିଛି । ସାମାନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ପରେ ଏବେ ଏହି ଯୋଡ଼ି ଚର୍ଚ୍ଚାକୁ ଆସିଛନ୍ତି ।

ଛାଡ଼ପତ୍ର ବାବଦରେ ଧନୁଷ ଲେଖିଛନ୍ତି “୧୮ ବର୍ଷ ଧରି ପରସ୍ପର ପରସ୍ପରର ବନ୍ଧୁ, ଦମ୍ପତି ଏବଂ ଶୁଭେଚ୍ଛୁ ଭାବେ ରହିଥିଲୁ। ଜୀବନ ଯାତ୍ରାରେ ବୁଝାମଣା ରଖିବା ସହିତ ପରସ୍ପର ସହ ଖାପ ଖୁଆଇ ଚଳିଥିଲୁ ଏବଂ ଆଗକୁ ବଢ଼ିଥିଲୁ। କିନ୍ତୁ ଆମେ ଏବେ ଏଭଳି ଏକ ସ୍ଥାନରେ ଛିଡ଼ା ହୋଇଛୁ ଯେଉଁଠି ଆମର ରାସ୍ତା ଏବେ ଭିନ୍ନ। ଐଶ୍ୱର୍ଯ୍ୟା ଏବଂ ମୁଁ ଦମ୍ପତି ଭାବେ ଅଲଗା ରହିବାକୁ ନିଷ୍ପତ୍ତି ନେଇଛୁ। ପ୍ରଶଂସକମାନେ ଆମର ଏହି ନିଷ୍ପତ୍ତିକୁ ସମ୍ମାନ ଦେବେ ବୋଲି ଆଶା କରୁଛୁ । ଏଥିସହ ବିବାହ ବିଚ୍ଛେଦକୁ ସାମ୍ନା କରିବା ପାଇଁ ସେମାନେ ଆବଶ୍ୟକ କରୁଥିବା ବ୍ୟକ୍ତିଗତ ଗୋପନୀୟତା ମଧ୍ୟ ପ୍ରଶଂସକମାନେ ସେମାନଙ୍କୁ ଦେବେ ବୋଲି ଧନୁଷ କହିଛନ୍ତି। ସେହିଭଳି ଐଶ୍ୱର୍ଯ୍ୟା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି କି କୌଣସି କ୍ୟାପସନର ଆବଶ୍ୟକତା ନାହିଁ । କେବଳ ଆପଣଙ୍କ ଭଲପାଇବା ଏବଂ ବୁଝିପାରିବା ଆବଶ୍ୟକ ।

 ସୂଚନା ଅନୁଯାୟ ଐଶ୍ୱର୍ଯ୍ୟା ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ହୋଇଥିବା ବେଳେ ଧନୁଷ ମଧ୍ୟ ସାଉଥର ଆଗଧାଡ଼ିର ପ୍ରଡ୍ୟୁସର କସ୍ତୁରୀ ରାଜାଙ୍କ ପୁଅ ଅଟନ୍ତି। ୨୦୦୪ ମସିହାରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କର ୨ ସନ୍ତାନ ମଧ୍ୟ ଅଛନ୍ତି। ଧନୁଷ ଗୋଟିଏ ଫିଲ୍ମ ଫେୟାର୍ ଆୱାର୍ଡ ପାଇ ଥିବାବେଳେ ୪ଟି ନ୍ୟାସନାଲ୍ ଆୱାର୍ଡ ସମେତ ଅନ୍ୟ ୧୩ଟି ପୁରସ୍କାର ପାଇଛନ୍ତି ଏହା ସହ ସର୍ବଶ୍ରେଷ୍ଠ ଅଭିନେତାର ରାଷ୍ଟ୍ରିୟ ପୁରଷ୍କାର ପାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।