You are currently viewing କରୋନା ସଙ୍କଟ : ଭରଣପୋଷଣ ପାଇଁ ଡାଇରେକ୍ଟର ବିକ୍ରି କଲେ ପରିବା !

କରୋନା ସଙ୍କଟ : ଭରଣପୋଷଣ ପାଇଁ ଡାଇରେକ୍ଟର ବିକ୍ରି କଲେ ପରିବା !

ଆଜମଗଡ଼, ପ୍ରସିଦ୍ଧ ଟିଭି ସିରିୟଲ ‘ବାଲିକା ବଧୂ’ ର ବେଶ୍ ପରିଚିତ ନିର୍ଦ୍ଦେଶକ ବ୍ରିକ୍‌ସା ଗୌର ବର୍ତ୍ତମାନ ଆଜମଗଡ ଜିଲ୍ଲାରେ ପରିବା ବିକ୍ରି କରୁଛନ୍ତି । ସେ ରିପୋର୍ଟର ଙ୍କୁ କହିଥିଲେ ଯେ, ‘ସେ ଏକ ଚଳଚ୍ଚିତ୍ରର ରିସେସ୍ ପାଇଁ ଆଜମଗଡ ଆସିଥିଲେ । ଲକ୍‌ଡ଼ାଉନ୍ ଘୋଷଣା ହେବା ପରେ ସେମାନେ ସେଠାରେ ରହିଯାଇଥିଲେ ଏବଂ ଫେରିବା ସମ୍ଭବ ନଥିଲା । କାମ ପ୍ରକଳ୍ପ ସବୁ ବନ୍ଦ ହୋଇଯାଇଥିଲା । ଶୋ’ ନିର୍ମାତା କହିଛନ୍ତି ଯେ, ଏହା ପୁଣି ଥରେ ଆରମ୍ଭ ହେବାକୁ ପ୍ରାୟ ଏକ ବର୍ଷ ଲାଗିବ । ତେଣୁ ସେ ତାଙ୍କ ବାପାଙ୍କ ହ୍ୟାଣ୍ଡକାର୍ଟରେ ପନିପରିବା ବିକ୍ରୟ ଆରମ୍ଭ କରିଥିଲେ ।’
ସେ ପୁଣି କହିଛନ୍ତି ଯେ, ମୁମ୍ବାଇରେ ତାଙ୍କ ନିଜସ୍ୱ ଘର ରହିଛି ତେଣୁ ସେ ନିଶ୍ଚୟ ମୁମ୍ବାଇ ଫେରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।