ବିଗବସ୍-୧୪ରେ ନଜର ଆସିବେ ଗୋପୀ ବୋହୂ

ଏଥର ବିଗବସ୍ ୧୪ରେ ନଜର ଆସିବେ ଷ୍ଟାରପ୍ଲସ୍ ରେ ପ୍ରସାରିତ ଲୋକପ୍ରିୟ ସେରିଆଲ ର ଅଭିନେତ୍ରୀ ଗୋପୀ ବୋହୂ ଅର୍ଥାତ୍ ଜିୟା ମାନେକା। ଦୀର୍ଘ ୮ବର୍ଷ ପରେ ପୁଣିଥରେ ଟେଲି ପରଦାକୁ ଫେରୁଛନ୍ତି ଏହି ଅଭିନେତ୍ରୀ ଜଣଙ୍କ। ତାଙ୍କର ଗୋଟିଏ ନିଷ୍ପତି ପାଇଁ ସେ ଗୋପିବୋହୂ ସେରିଅଲ୍ ରୁ ବାଦ ପଡ଼ିଥିଲେ। କିନ୍ତୁ ସେ ସମୟରେ ପ୍ରତି ଘରେ ଘରେ ତାଙ୍କୁ ଗୋପୀ ବୋହୂ ନାମରେ ସମସ୍ତେ ଜାଣିଥିଲେ।

୨୦୧୨ ରେ କଲର୍ସ ଟିଭିରେ ପ୍ରସାରିତ ଝଲକ ଦିଖ୍ଲାଜା ରେ ପ୍ରତିଯୋଗୀ ଭାବରେ ଅଂଶ ଗ୍ରହଣ କରିଥିବାରୁ ତାଙ୍କୁ ଗୋପୀ ବୋହୂ ସେରିଆଲ୍ ଛାଡ଼ିବାକୁ ପଡ଼ିଥିଲା। ପରେ ତାଙ୍କ ଜାଗାରେ ଦେବୋଲିନା ଭଟ୍ଟାଚାର୍ୟା ଗୋପୀ ବୋହୂ ରୋଲ ନିଭେଇଥିଲେ। ତେବେ ଏତେ ବର୍ଷର ବ୍ୟବଧାନ ପରେ ବିଗବସ୍ ଶୋ ଜରୀଆରେ ଚଳିତ ବର୍ଷ ପରଦାକୁ ଫେରୁଛନ୍ତି ବୋଲି ଜାଣିବାକୁ ମିଳିଛି। ଏନେଇ ସେ ବେଶ୍ ଖୁସୀ ମଧ୍ୟ ଅଛନ୍ତି।

Leave A Reply

Your email address will not be published.