You are currently viewing ପବ୍‌ଜି ଚକ୍କରରେ ନାତୀ ଉଡେଇଲା ଜେଜେଙ୍କ  ୨ଲକ୍ଷ ଟଙ୍କା!

ପବ୍‌ଜି ଚକ୍କରରେ ନାତୀ ଉଡେଇଲା ଜେଜେଙ୍କ ୨ଲକ୍ଷ ଟଙ୍କା!

ଦିଲ୍ଳୀର ସିତାରାମପୁରରେ ନିଜ ପରିବାର ସହ ରହୁଥିବା ୧୫ ବର୍ଷୀୟ ଯୁବକ ନିଜ ୬୫ ବର୍ଷୀୟ ଜେଜେଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ୨.୩୪ ଲକ୍ଷ ଟଙ୍କା ଟ୍ରାନସଫର୍ କରି ପବ୍‌ଜି ଖେଳିଥିଲେ । ଏକ ସୂତ୍ରରୁ ଜଣା ପଡିଛି ଯେ, ଏହି ମାମଲା ମେ ମାସରେ ସାମନାକୁ ଆସିଥିଲା । ଦୀର୍ଘ ଦୁଇ ମାସ ପରେ ବ୍ୟକ୍ତି ଜଣକ ଏହି ବିଷୟରେ ଜାଣିବାକୁ ପାଇଥିଲେ । ପରେ ସେ ସିତାରାମପୁର ପୁଲିସ୍ ଥାନାରେ ଅଭିଯୋଗ କରିଥିଲେ ଏବଂ ଏହାକୁ ଉତ୍ତରୀ ଜିଲ୍ଲାର ସାଇବରସେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା ।

ଯାହାଦ୍ୱାରା ଜଣାଗଲା ଯେ, ସରକାରଙ୍କ ଦ୍ୱାରା ବ୍ୟାନ କରାଯାଇଥିବା ପବ୍‌ଜି ଗେମ୍‌ରେ ଏସ୍ ର‌୍ୟାଙ୍କ ପାଇବା ପାଇଁ ବାଳକ ଜଣକ ନିଜ ଜେଜେଙ୍କ ଆକାଉଣ୍ଟରୁ ୨.୩୪ ଲକ୍ଷ ଟଙ୍କା ପେଟିଏମ୍ ଦ୍ୱାରା ସ୍ଥାନାନ୍ତରଣ କରିଥିଲେ । ପୁଲିସ୍ କିଛି ପଦକ୍ଷେପ ନେଇନଥିଲା, କାରଣ ନିଜ ନାତୀ ଦ୍ୱାରା ଏହି ସବୁ ହୋଇଥିବା ଜାଣି ଜେଜେ ତାଙ୍କ ଅଭିଯୋଗକୁ ଫେରସ୍ତ ନେଇଯାଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।