You are currently viewing ପିଲାଦିନରୁ ମିସ୍ ୱାଲ୍ଡ ପର୍ଯ୍ୟନ୍ତ ଯାତ୍ରାକୁ ମନେ ପକାଇଛନ୍ତି ପ୍ରିୟଙ୍କା ଚୋପ୍ରା

ପିଲାଦିନରୁ ମିସ୍ ୱାଲ୍ଡ ପର୍ଯ୍ୟନ୍ତ ଯାତ୍ରାକୁ ମନେ ପକାଇଛନ୍ତି ପ୍ରିୟଙ୍କା ଚୋପ୍ରା

ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ପିଲା ବେଳଠାରୁ ମିସ୍ ୱାଲ୍‌ଡ ହେବା ପର୍ଯ୍ୟନ୍ତ ଯାତ୍ରାକୁ ମନେ ପକାଇ ନିଜର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ପ୍ରିୟଙ୍କା । ସେ ତାଙ୍କର କାମରେ ସମସ୍ତଙ୍କ ହୃଦୟ ଜିଣି ପାରିଛନ୍ତି । ପ୍ରିୟଙ୍କାଙ୍କ ବାୟୋଗ୍ରାଫି ବହୁତ ଜଲ୍‌ଦୀ ହେବ ବୋଲି ଶୁଣିବାକୁ ମିଳୁଛି ।

ପ୍ରିୟଙ୍କା ସୋସିଆଲ ମିଡିଆରେ ଏକ ବ୍ଳଗ୍ ପୋଷ୍ଟ କରି ସେଥିରେ କ୍ୟାପସନ୍ ଦେଇଛନ୍ତି ଯେ, ଜଲ୍‌ଦ ହି କୁଛ ଆନେୱାଲା ହେ । ଅର୍ଥାତ ଜଲଦୀ କିଛି ଆସିବାକୁ ଯାଉଛି । ବରେଲିରେ ରହିବା ଦିନଠାରୁ ମିସ୍ ୱାଲ୍ଡ ହେବା ପର୍ଯ୍ୟନ୍ତ ସମସ୍ତ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ପ୍ରିୟଙ୍କା କିଛି ସମୟ ପୂର୍ବରୁ ପ୍ରିୟଙ୍କା ନିଜ ବାୟୋଗ୍ରାଫିର କଭର ଫଟୋ ସେୟାର କରିଥିଲେ । ତା ସହିତ ଏକ ଶବ୍ଦ ଲେଖିଥିଲେ ‘ଖତମ୍‌’ ।

ଅନ୍ୟମାନଙ୍କୁ ଜଣାନ୍ତୁ।