You are currently viewing ସ୍କୁଲ ପାଠ୍ୟକ୍ରମରେ ଯୋଡ଼ାଯିବା ନିର୍ବାଚନୀ ପାଠ: EC ଏବଂ MoUର ସ୍ବାକ୍ଷର

ସ୍କୁଲ ପାଠ୍ୟକ୍ରମରେ ଯୋଡ଼ାଯିବା ନିର୍ବାଚନୀ ପାଠ: EC ଏବଂ MoUର ସ୍ବାକ୍ଷର

ନୂଆଦିଲ୍ଲୀ: ବର୍ତମାନ ବିଦ୍ୟାଳୟସ୍ତରରେ ପିଲାମାନଙ୍କୁ ପଢ଼ାଯିବ ନିର୍ବାଚନୀ ପାଠ। ଏନେଇ ନିର୍ବାଚନ କମିଶନ (ଇସି) ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଏମ୍‌ଓୟୁ ଅନୁଯାୟୀ ସବୁ ସ୍କୁଲ୍‌ର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଠ୍ୟକ୍ରମରେ ସମନ୍ବିତ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ସାକ୍ଷରତା ସାମିଲ କରାଯିବ। 

 

ସେହିପରି  ନିର୍ବାଚନ କମିଶନ କହିଛି ଯେ ବିଚାରଧାରା ସ୍କୁଲ୍‌ ପିଲାଙ୍କୁ ସେମାନଙ୍କ ପ୍ରଥମ ଭୋଟ ପାଇଁ ପ୍ରସ୍ତୁତ କରିବ ବୋଲି। ଏଥିପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏନ୍‌ସିଇଆର୍‌ଟି) ପାଠ୍ୟପୁସ୍ତକ ପ୍ରଚଳନ ଓ ଏଥିରେ ସଂଶୋଧନ କରିବ।  ଏନେଇ ଏନ୍‌ସିଇଆର୍‌ଟି ରାଜ୍ୟ ଶିକ୍ଷା ବୋର୍ଡ ସମେତ ଅନ୍ୟାନ୍ୟ ଶିକ୍ଷା ବୋର୍ଡକୁ ପରାମର୍ଶ ଦେବ।

ଅନ୍ୟମାନଙ୍କୁ ଜଣାନ୍ତୁ।