ଆଜିକାଲି ହରିୟାଣାର ଜଣେ ପ୍ରସିଦ୍ଧ ଗାୟକ ତଥା ନୃତ୍ୟଶିଳ୍ପୀ ସପ୍ନା ଚୌଧୁରୀ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଏହି ଖବର ଆସିବା ପରେ ତାଙ୍କର ପ୍ରଶଂସକ ମାନେ ସପ୍ନାଙ୍କ ବିବାହ ଏବଂ ସ୍ୱାମୀଙ୍କ ବିଷୟରେ ଜାଣିବାକୁ ଇଚ୍ଛୁକ ଅଛନ୍ତି । ଜାନୁଆରୀ ମାସରେ ସପ୍ନା ବିବାହ କରିଥିଲେ କିନ୍ତୁ ତାଙ୍କ ପରିବାର ଜଣେ ସଦସ୍ୟଙ୍କ ମୃତ୍ୟୁ ଯୋଗୁଁ ଏହି କଥାକୁ ପ୍ରକାଶ କରାଯାଇ ନଥିଲା । ତାଙ୍କର ସ୍ୱାମୀ ଭୀର ସାହୁ ଏହି କଥାର ପ୍ରକାଶ ସୋସିଆଲ ମିଡିଆରେ କରିଛନ୍ତି । ଭୀର ସାହୁ ମଧ୍ୟ ହରିୟାଣାର । ସେ ଜଣେ ଗାୟକ, ନିର୍ମାତା, ଲେଖକ ଏବଂ ଅଭିନେତା । ସପ୍ନା ଏବଂ ଭୀର ଗତ ୪ବର୍ଷ ଧରି ସଂମ୍ପର୍କରେ ଥିଲେ ଏବଂ ପରେ ଏହାକୁ ବିବାହ ବନ୍ଧନରେ ବାନ୍ଧିଛନ୍ତି ।
ସପ୍ନା ଚୌଧୁରୀ ତାଙ୍କ ବିବାହକୁ କ’ଣ ପାଇଁ ପ୍ରକାଶ କରିନଥିଲେ
- Post published:October 7, 2020
- Post category:ମନୋରଞ୍ଜନ
- Reading time:1 mins read