You are currently viewing ଗିରଫ ହେଲେ ଉର୍ଫି ଜାଭେଦ, ସାମ୍ନାକୁ ଆସିଲା ଭିଡ଼ିଓ 

ଗିରଫ ହେଲେ ଉର୍ଫି ଜାଭେଦ, ସାମ୍ନାକୁ ଆସିଲା ଭିଡ଼ିଓ 

ମୁମ୍ବାଇ: କିଛି ନା କିଛି କାରଣ ପାଇଁ ବେଶ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍‌ ଅଭିନେତ୍ରୀ ଉର୍ଫି ଜାଭେଦ। ବିଶେଷକରି ତାଙ୍କର ଶର୍ଟ୍ସ ଡ୍ରେସକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ କେବେ ଅଖାରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ରହିଥାନ୍ତି ତ ଆଉ କେତେବେଳେ ମୋବାଇଲ ବ୍ୟାଟେରି, ତାରଜାଲି ପୁଣି କେତେବେଳେ ପକ୍ଷୀର ପର ପିନ୍ଧି ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଏହି ଲୁକ୍‌ ପାଇଁ ଅନେକ ଥର ତାଙ୍କୁ ହତ୍ୟା ଧମକ ମଧ୍ୟ ମିଳିଛି। ଏ ସମ୍ପର୍କରେ ନିଜେ ଉର୍ଫି ତାଙ୍କ ଫ୍ୟାନ୍ସମାନଙ୍କ  ସହ ସୋସିଆଲ ମିଡିଆରେ ସେୟାର କରିସାରିଛନ୍ତି।

https://www.instagram.com/reel/CzKtyd_KLp1/?utm_source=ig_web_copy_link

ତେବେ ବର୍ତମାନ ପୁଣି  ଉର୍ଫି ଏକ ଅଡୁଆରେ ଫସିଛନ୍ତି। ଏନେଇ ଆଜି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦୁଇ ମହିଳା ପୋଲିସ ଉର୍ଫିଙ୍କୁ ଗିରଫ କରି ନେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଶୁଣିବାକୁ ମିଳୁଛି ଜଣେ ମହିଳା ପୋଲିସ ଅଫିସର ଉର୍ଫିଙ୍କୁ କହୁଛନ୍ତି, ଏତେ ଛୋଟ ଡ୍ରେସ୍‌ ପିନ୍ଧି କିଏ ବୁଲୁଛି। ଏହି ଫଟୋରେ ସେ ଏକ ଭଙ୍ଗା ହାର୍ଟ ଏବଂ ବ୍ୟାକ୍‌ଲେସ୍‌ ଟପ୍‌ ସହ ଜିନ୍ସ ପିନ୍ଧିଛନ୍ତି।

ପ୍ରକାଶ ଥାଉ କି, ଉର୍ଫି ପ୍ରକୃତରେ ଛୋଟ ପୋଷାକ ପିନ୍ଧିଥିବାରୁ ପୋଲିସ ତାଙ୍କୁ ଅଟକ ରଖିଛି ନା ଏହା ତାଙ୍କର କିଛି ନୂଆ ପ୍ରଚାର ପ୍ରସାର, ତାହାର ସତ୍ୟତା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଅନ୍ୟମାନଙ୍କୁ ଜଣାନ୍ତୁ।