You are currently viewing ଶେଷ ନିଶ୍ୱାସ ତ୍ୟାଗ କଲେ ରାଜୁ ଶ୍ରୀବାସ୍ତବ

ଶେଷ ନିଶ୍ୱାସ ତ୍ୟାଗ କଲେ ରାଜୁ ଶ୍ରୀବାସ୍ତବ

ମୁମ୍ବାଇ (୨୧.୯.୨୨) : ୫୮ ବର୍ଷ ବୟସରେ ରାଜୁ ଶ୍ରୀବାସ୍ତବ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏ ନେଇ ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି । ୪୧ ଦିନର ସଂଘର୍ଷ ପରେ ଆଖି ବୁଜିଲେ ରାଜୁ । ତେବେ ହୃଦଘାତରେ ୧୦ ତାରିଖରୁ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା । ଅଗଷ୍ଟ ୧୦ ତାରିଖରେ ବ୍ୟାୟାମ କରୁଥିବା ବେଳେ ହଠାତ୍ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ ରାଜୁ। ଏହାପରେ ତାଙ୍କୁ ତୁରନ୍ତ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେହି ଦିନ ହିଁ ତାଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା। କିନ୍ତୁ ତାଙ୍କ ଚେତା ଫେରିନଥିଲା। ସେ କୋମାକୁ ଚାଲି ଯାଇଥିଲେ। ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା। କିଛି ଦିନ ପୂର୍ବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ନେଇ ଡାକ୍ତରମାନେ ସୂଚନା ଦେଇଥିଲେ। ହେଲେ ପୁଣି ଥରେ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରକୁ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ କୌଣସି ଉନ୍ନତି ଆସୁନଥିଲା। ଏମିତିକି ତାଙ୍କ ଚେତା ଫେରୁନଥିଲା। ୪୧ ଦିନ ଧରି ଭେଣ୍ଟିଲେଟର୍ରେ ରହିବା ପରେ ବି ରାଜୁଙ୍କ ଚେତା ଫେରୁନଥିଲା। ଶେଷରେ ସେ ମୃତ୍ୟୁ ବରଣ କରିଥିଲେ । ସେପଟେ ରାଜୁଙ୍କ ଏଭଳି ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ବଲିଉଡ ଠାରୁ ଆରମ୍ଭ କରି ଟେଲିଭିଜନ ଇଣ୍ଡଷ୍ଟ୍ରି ସବୁଠି ଶୋକରଛାୟା ଖେଳିଯାଇଛି। କେହି ମଧ୍ୟ ତାଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି। ସୋଶାଲ ମିଡିଆରେ ଫ୍ୟାନ୍ମାନଙ୍କ ଠାରୁ ଆରମ୍ଭ କରି ଅନେକ ସେଲେବ୍ରିଟି ତାଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।