You are currently viewing ଉଲ୍ଲୁ ଡିଜିଟାଲର ସିଇଓ ଗିରଫ

ଉଲ୍ଲୁ ଡିଜିଟାଲର ସିଇଓ ଗିରଫ


ମୁମ୍ବାଇ,୦୬/୦୮: ଉଲ୍ଲୁ ଡିଜିଟାଲ ପ୍ରାଇଭେଟ୍ ଲିମିଟେଡ୍‌ର ସିଇଓ ବିଭୂ ଅଗ୍ରୱାଲଙ୍କୁ ଯୌନ ଶୋଶଣ ଅଭିଯୋଗରେ ପୁଲିସ ଗିରଫ କରିଛି । ଜଣେ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗରେ ଆଇପିସି ଧାରା ୩୫୪ ଅନୁଯାୟୀ ମୁମ୍ବାଇ ପୁଲିସ କେସ୍ ରୁଜୁ କରି ଗିରଫ କରିଛି ।

ସେହି କମ୍ପାନୀର ଆଉ ଜଣେ ବରିଷ୍ଠ ଅଧିକାରୀ ଅଞ୍ଜଳୀ ରୈନାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି ।ସୂଚନା ଅନୁଯାୟୀ ଉଲ୍ଲୁ ଡିଜିଟାଲ ଟିଭି ଅଶ୍ଳୀଳ କଣ୍ଟେଣ୍ଟ ନେଇ ଖୁବ୍ ଚର୍ଚ୍ଚାରେ ରହିଥିଲା । ଏଥିରେ ଦେଖାଯାଉଥିବା କାର୍ଯ୍ୟକ୍ରମକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଚାଲିଛି । ଅନ୍ୟପଟେ ପର୍ଣ୍ଣୋଗ୍ରାଫି କେସ୍‌ରେ ବ୍ୟବସାୟୀ ରାଜ୍ କୁନ୍ଦ୍ରା ମଧ୍ୟ ଏହି ମାମଲାରେ ଏବେ ଜେଲରେ ଅଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।