You are currently viewing ଜାଣନ୍ତୁ ଘିକୁଆଁରୀ ବ୍ୟବହାର କଲେ କ’ଣ ଫାଇଦା ମିଳେ…

ଜାଣନ୍ତୁ ଘିକୁଆଁରୀ ବ୍ୟବହାର କଲେ କ’ଣ ଫାଇଦା ମିଳେ…


ଘି କୁଆଁରୀ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ ଯାହା ପାଇଁ ଏହାର ବହୁଳ ପରିମାଣରେ ବ୍ୟବହାର କରାଯାଏ । ଏଥିରେ ଆଣ୍ଟିଭାଇରାଲ ଓ ଆଣ୍ଟିବାକ୍ଟେରିଆଲ ଗୁଣ ଅଛି ଯାହା କୋଷ୍ଠକାଠିନ୍ୟ ଏବଂ ମଧୁମେହ ରୋଗ ଭଲ କରିବାରେ ସାହାର୍ଯ୍ୟ କରେ । ଆଲୋଭେରା ଜେଲ୍‌ରୁ କାର୍ବୋହାଇଡ୍ରେଡ୍ ମିଳିଥାଏ, ଏହା ପୋଷକ ତତ୍ତ୍ୱକୁ ପୋଷଣ ଦେବା ଏବଂ ବିଭିନ୍ନ ବିଷାକ୍ତ ପଦାର୍ଥରୁ ମୁକ୍ତି ଦେଇଥାଏ । ଆଲୋଭେରାରେ ଭିଟାମିନ୍ ସି ,ଏବଂ ଇ ରହିଥାଏ । ଏହାର ବ୍ୟବହାର ଦ୍ୱାରା ତ୍ୱଚା ସତେଜ୍ ରୁହେ ଏବଂ ଶାନ୍ତି ମିଳିଥାଏ । ଏହାକୁ ପ୍ରତିଦିନ ମୁହଁରେ ଲଗାଇବା ଦ୍ୱାରା ବ୍ରଣ ମଧ୍ୟ ହୋଇନଥାଏ ।


ଜଣାପଡିଛି ଯେ, ଘି କୁଆଁରୀ ରସକୁ ପିଇବା ଦ୍ୱାରା ଏହା ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ ।
ଏହାର ରସକୁ କେଶରେ ଲଗାଇବା ଦ୍ୱାରା କେଶରେ ରୂପି ହୋଇ ନଥାଏ ଏବଂ ଏହା ଚିକ୍କଣ ଦେଖାଯାଏ ।
ଏହାର ରସକୁ ପିଇବା ଦ୍ୱାରା ଆମ ରକ୍ତ ଚାପ ନିୟନ୍ତ୍ରଣ ରହିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।