You are currently viewing ଭୁଲରେ ମଧ୍ୟ କ୍ଷୀର ସହ ଏହି ସବୁ ଜିନିଷର ସେବନ କରନ୍ତୁ ନାହିଁ

ଭୁଲରେ ମଧ୍ୟ କ୍ଷୀର ସହ ଏହି ସବୁ ଜିନିଷର ସେବନ କରନ୍ତୁ ନାହିଁ

ଶରୀରରେ ପୋଷକ ତତ୍ତ୍ୱର ଅଭାବକୁ ପୁରା କରିବା ପାଇଁ କ୍ଷୀର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । କ୍ଷୀର ଶରୀର ସହ ଦାନ୍ତ ପାଇଁ ହିତକର ବୋଲି କୁହାଯାଏ । କ୍ଷୀରରେ ପ୍ରୋଟିନ, କ୍ୟାଲସିୟମ, ଭିଟାମିନ, A, B1. B2, B12. D, ପୋଟାସିୟମ, ମ୍ୟାଗ୍ନେସିୟମ ସହ ଏପରି କିଛି ଉପାଦାନ ମିଳେ ଯାହା ଶରୀରର ହାଡକୁ ମଜଭୁତ କରିବା ସହ ହଜମ କ୍ରିୟାକୁ ଠିକ୍ ରଖିଥାଏ । ଆୟୁର୍ବେଦରେ ଏପରି କିଛି ଖାଦ୍ୟର ବର୍ଣ୍ଣନା କରାଯାଇଛି ଯାହା କ୍ଷୀର ସହ ବିଲକୁଲ ଖାଇବା ଉଚିତ୍ ନୁହେଁ । ଯଦି ଆପଣ କ୍ଷୀର ସହ ଏହି ସବୁ ଜିନିଷ ଖାଆନ୍ତି ତେବେ ଚର୍ମରେ ଦାଗ ପଡିବାର ସମ୍ଭାବନା ରହିଥାଏ ।
କ୍ଷୀର ସହ ଲୁଣ : କିଛି ଲୋକଙ୍କ ଖରାପ ଅଭ୍ୟାସ ରହିଛି ଯେ, କ୍ଷୀରରେ ତିଆରି ହୋଇଥିବା ଚା ସହ ନମକିନ ଜିନିଷ ଖାଇଥାନ୍ତି । କହିରଖୁଛୁ ଯେ, ଏହା ଦ୍ୱାରା ସ୍କିନରେ ଧଳା ଦାଗ ସୃଷ୍ଟି କରିପାରେ ।
କ୍ଷୀର ସହ ରାଇତା : ଦୁଇଟା ଯାକ ବିଳକୁଲ ଏକା ସଙ୍ଗରେ ଖାଇବା ଉଚିତ୍ ନୁହେଁ । ଏହା ସ୍ୱାସ୍ଥ୍ୟ ପକ୍ଷେ ଅହିତକର ।
କ୍ଷୀର ସହ ଖଟା ଲାଗୁଥିବା ଫଳ: କିଛି ଲୋକଙ୍କୁ ମିଲ୍କ ସେକ ବହୁତ ପସନ୍ଦ ହୋଇଥାଏ । ଏଥି ପାଇଁ କ୍ଷୀରରେ ବିଭିନ୍ନ ପ୍ରକାର ଖଟା ଫଳ ପକାଇ ତିଆରି କରାଯାଇଥାଏ । କିନ୍ତୁ ଏହାକୁ ସେବନ କରିବା ଦ୍ୱାରା ଏହା ପାଚନକ୍ରିୟାରେ ଖରାପ ପ୍ରଭାବ ପକାଇଥାଏ ।
କ୍ଷୀର ସହ ତରଭୁଜ : ତରଭୁଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ କିନ୍ତୁ ଏହାକୁ କ୍ଷୀର ସହ ଖାଇବା ଦ୍ୱାରା ଏହା ରିଆକସନ କରିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।