You are currently viewing ପିଲାମାନେ ମଧ୍ୟ ହୁଅନ୍ତି ମାନସିକ ଚାପର ଶିକାର; ଜାଣନ୍ତୁ ଏହା ପଛର କାରଣ?  

ପିଲାମାନେ ମଧ୍ୟ ହୁଅନ୍ତି ମାନସିକ ଚାପର ଶିକାର; ଜାଣନ୍ତୁ ଏହା ପଛର କାରଣ?  

ସାଧାରଣ ଭାବରେ ଆମେ ଭାବିଥାଉ ବଡ଼ ମାନେ ଖାଲି ମାନସିକ ଚାପ ଓ ଷ୍ଟ୍ରେସର ଶିକାର ହୋଇ ଥାଆନ୍ତି l ଲୋକେ ଛୋଟ ପିଲାଙ୍କ ଷ୍ଟ୍ରେସ ସମସ୍ୟାକୁ ଅଣଦେଖା କରି ଥାଆନ୍ତି l ଗବେଷକଙ୍କ ମତରେ ପ୍ରତ୍ୟେକ ପିତାମାତା ପିଲାଙ୍କ କାର୍ଯ୍ୟ କଳାପକୁ ଧ୍ୟାନ ଦେଇ ଦେଖିବା ଜରୁରୀl

ଗବେଷଣା କହୁଛି ଯେ ୧୪-୧୮ ବର୍ଷ ମଧ୍ୟରେ ବିଶେଷ ଭାବେ ଏହି ସମସ୍ୟା ଦେଖା ଯାଇଥାଏl ତେଣୁ ଏହି ସମୟରେ ପିତାମାତା ନିଜ ପିଲାର ବ୍ୟବହାରକୁ ଧ୍ୟାନ ଦେବା ଜରୁରୀl କେବଳ ଏଥିପାଇଁ ପିତାମାତା ନୁହନ୍ତି, ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଦୃଷ୍ଟି ଦେବା ଜରୁରୀ l

ଗବେଷକଙ୍କ ମତରେ ଘରେ ପିତାମାତାଙ୍କ ମଧ୍ୟରେ କଳହ, ଛୋଟ ଛୋଟ କଥାରେ ଯୁକ୍ତିତର୍କ ଏବଂ ଆଜି କାଲି ମା ବାପା ଅଲଗା ହେବାର ନିଷ୍ପତି ପିଲାଙ୍କର ମେଣ୍ଟାଲ ଷ୍ଟ୍ରେସର କାରଣ ହେଉଛି l

ସେହିପରି ଛୋଟ ପିଲାଙ୍କ ମନରେ ବେଳେବେଲେ ଏଭଳି କିଛି ମାନସିକ ଚାପ ସୃଷ୍ଟି ହୋଇଥାଏ, ଯାହା ବଡ଼ ହେବା ବେଳକୁ ମନ ଉପରେ ଗଭୀର ଚାପ ପକାଇ ଥାଏ l ତେଣୁ ଛୋଟ ବେଳରୁ ପିଲାଙ୍କ ସହିତ ନିକଟତର ହେବା ଜରୁରୀ ଏବଂ ସେମାନଙ୍କର ସମସ୍ତ କଥା ଜାଣିବା ଜରୁରୀ l ଯାହାକି ତାଙ୍କୁ ମେଣ୍ଟାଲ ଷ୍ଟ୍ରେସରୁ ବାହାର କରିବାରେ ସାହାଯ୍ୟ କରିବ l

 ଆଜିକାଲି ପିଲାମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ମୋବାଇଲରେ ନିଜକୁ ବ୍ୟସ୍ତ ରହିଛନ୍ତି l ଯାହାକି ସେମାନଙ୍କ ମେଣ୍ଟାଲ ଷ୍ଟ୍ରେସର କାରଣ ହୋଇଥାଏ l ତେଣୁ ପିଲାଙ୍କୁ ଆଉଟଡୋର ଗେମ ପ୍ରତି ଆକର୍ଷିତ କରାନ୍ତୁ l ଯାହାକି ସେମାନଙ୍କ ମସ୍ତିଷ୍କକୁ ସୁସ୍ଥ ରଖିବl

ଗବେଷକ ମତରେ ପିଲାଟି ଦିନରୁ ଗୋଟିଏ ସୁସ୍ଥ ମାନସିକ ସ୍ଥିତି ପାଇଁ ପିତାମାତା ନିଜ ପିଲା ମଧ୍ୟରେ ଭଲ ଅଭ୍ୟାସ ଜାଗ୍ରତ କରିବା ଜରୁରୀl ଏଥି ସହ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଯୋଡି ରଖିବା ଜରୁରୀ l ପିଲାଟି ବେଳରୁ ନିଜ ସନ୍ତାନଙ୍କ ନିକଟତର ହୋଇ ରହିବା ଆବଶ୍ୟକ l ଫଳରେ ପିଲା ଉପରେ ମାନସିକ ଚାପ ପଡ଼ିନଥାଏ 

ଅନ୍ୟମାନଙ୍କୁ ଜଣାନ୍ତୁ।