You are currently viewing କୂଳ ଲଙ୍ଘୁଛି କରୋନା

କୂଳ ଲଙ୍ଘୁଛି କରୋନା

ଦିନକୁ ଦିନ କରୋନାର କରାଳ ଛାୟାରେ ଓଡ଼ିଶା ଆଚ୍ଛାଦିତ ହେଉଥିବାବେଳେ, ହଟସ୍ପଟ ଜିଲ୍ଲାର ଶୀର୍ଷରେ ରହିଛି ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା । ସଂଗରୋଧ କେନ୍ଦ୍ରରେ ହେଉଥିବା ସଂକ୍ରମଣ ଓ ସ୍ଥାନୀୟ ସଂକ୍ରମଣ ମଧ୍ୟରେ ପାର୍ଥକ୍ୟ ଧିରେଧିରେ କମିବାରେ ଲାଗିଛି । ଏଯାବତ୍ ରାଜ୍ୟରେ ୧୫ ହଜାର ୩୯୨ ସଂକ୍ରମିତ ହୋଇଥିବାବେଳେ, ମୃତୁ୍ୟ ସଂଖ୍ୟା ୮୯ରେ ପହଞ୍ଚିଛି ।

ପରିସ୍ଥିତି ଏପରି ସଙ୍ଗୀନ ହୋଇଛି ଯେ, ଆନ୍ତଃରାଜ୍ୟ ମଧ୍ୟରେ ମଧ୍ୟ ଚଳାଚଳ କରିବା ପାଇଁ କଟକଣା ଲାଗୁ ହୋଇଛି । ଏପରିକି ସୀମାରେ ଥିବା ଜିଲ୍ଲା ଗୁଡ଼ିକ ମଧ୍ୟ ଅନ୍ୟ ଜିଲ୍ଲାକୁ ଯିବା ପାଇଁ ଜିଲ୍ଲାପ୍ରଶାସନ କଟକଣା ଲଗାଇଛନ୍ତି । ମାର୍ଚ୍ଚ ଏପ୍ରିଲ ମାସରେ ଏହି ମହାମାରୀ ସରକାରଙ୍କ ନିୟନ୍ତ୍ରଣାଧବନ ଥିବାବେଳେ, ଜୁନ ଜୁଲାଇ ମଧ୍ୟରେ ଏହା ଚରମ ସୀମାରେ ପହଞ୍ଚିଛି ।

ସତେ ଯେପରି ଦେଶ ଓ ରାଜ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । ସରକାରଙ୍କ ସହ ତାଳ ଦେଇ ଜନସାଧାରଣ ଯଦି କୋଭିଡ଼ କଟକଣାକୁ ପାଳନ ନକରନ୍ତି ତେବେ ଆଗାମୀ ଦିନରେ ପରିସ୍ଥିତି ବିସ୍ଫୋରକ ରୂପ ନେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏବେଠାରୁ ସତର୍କ କଲେଣି ।

ଅନ୍ୟମାନଙ୍କୁ ଜଣାନ୍ତୁ।