You are currently viewing ଲଞ୍ଚ ହେଲା କରୋନା ଔଷଧ ୨-DG

ଲଞ୍ଚ ହେଲା କରୋନା ଔଷଧ ୨-DG

ନୂଆଦିଲ୍ଲୀ -୧୭.୦୫.୨୦୨୧, କରୋନା ଭାଇରସ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି । କରୋନା ସଂକ୍ରମଣ ମୁକାବିଲା ପାଇଁ ଡିଆରଡିଓ ଦ୍ବାରା ପ୍ରସ୍ତୁତ କରୋନା ଔଷଧ ୨-DGକୁ ଆଜି ଲଞ୍ଚ କରାଯାଇଛି। ଏହାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଲଞ୍ଚ କରିଛନ୍ତି ।
ଏହି ଔଷଧ ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିବାରେ ସହାୟକ ହୋଇଥାଏ ଏବଂ ଶରୀରରେ ଅକ୍ସିଜେନର ମାତ୍ରା ବଢାଇଥାଏ । ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ଅଧିକ ଗୁରୁତର ରୋଗୀଙ୍କୁ ଏହି ଔଷଧ ଦିଆଯିବ ନାହିଁ । ଲକ୍ଷଣ ପ୍ରକାଶ ପାଉନଥିବା ଆକ୍ରାନ୍ତଙ୍କୁ ଆଜିଠାରୁ ଏହି ଔଷଧ ଦିଆଯିବ । ଯଦି ଏହି ଔଷଧ ସଫଳ ହୁଏ ତେବେ ଏହା ସଂକ୍ରମଣ ଚେନ ବ୍ରେକ କରିପାରିବ । ସୂଚନାନୁସାରେ ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ଲ୍ୟାବରେ ଏହାର ୧୦ ହଜାର ଡୋଜ୍ ପ୍ରସ୍ତୁତ ହୋଇସାରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।