You are currently viewing ବିଷାକ୍ତ ମଦ ପିଇ ୪ମୃତ
Glasses with different sorts of craft beer on wooden bar. Tap beer in pint glasses arranged in a row. Closeup of five glasses of different types of draught beer in a pub.

ବିଷାକ୍ତ ମଦ ପିଇ ୪ମୃତ

ନୂଆଦିଲ୍ଲୀ, ବିଷାକ୍ତ ମଦ ପିଇ ୪ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦ ସହରରେ । ଏହି ମାମଲାରେ ୩ଜଣଙ୍କୁ ଅଟକ ରଖିଛି ପୋଲିସ । ସୂଚନା ଥାଉକି, ସିକନ୍ଦରବାଦ୍ କୋଟୱାଲି ଗ୍ରାମ ଜିତଗରୀରେ ବିଷାକ୍ତ ମଦ ପିଇ ଅନେକ ଲୋକ ଅସୁସ୍ଥ ହୋଇପଡିଥିଲେ ଯେଉଁଥିରେ ଆଜି ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୧୬ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗ୍ରାମବାସୀଙ୍କ ଅଭିଯୋଗ, ଏକ୍ସାଇଜ୍ ବିଭାଗର ସହଯୋଗରେ ବିଷାକ୍ତ ମଦ ବିକ୍ରି ହେଉଛି। ଏହି ଘଟଣା ପରେ ମଦ ମାଫିଆ କୁଲଦୀପ ଫେରାର ଅଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।