ପୂଜାରେ ସାମ୍ପ୍ରଦାୟିକ ହିଂସା

ଅହମଦାବାଦ (୪.୧୦.୨୨) : ସବୁଠାରେ ଜାରି ରହିଛି ନବରାତ୍ରୀ ପୂଜା । ତେବେ ଏହି ପୂଜା ଅବସରରେ ସାମ୍ପ୍ରଦାୟିକ ହିସାଂ ଦେଖିବାକୁ ମିଳିଛି । କିଛି ସମୁଦାୟର ଲୋକ ପଥର ମାଡ କରିଥିବା ଦେଖିବାକୁ ମିଳିଥିଲା । ଏଥିରେ ୬ ଜଣ ଆହତ ମଧ୍ୟ ହୋଇଛନ୍ତି । ଗୁଜୁରାଟ ବଡୋଦରାରେ ଏହି ଘଟଣା ଘଟିଛି ।   ସୋମବାର ବିଳମ୍ବିତ ରାତିରେ ବଡୋଦରାର ଖେଡା ଉନ୍ଧଲା ଗାଁରେ ନବରାତ୍ରୀ ପୂଜା ବେଳେ ଧାର୍ମିକ ପତାକା ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହାପରେ ପଥର ମାଡ ହୋଇଥିଲା। ଏଥିରେ ୬ ଜଣ ଆହତ ହୋଇଥିଲେ। ଏହି ମାମଲାରେ ପୁଲିସ ଏବେ ୪୦ ଜଣଙ୍କୁ ଗିରଫ କରିଛି। ବଡୋଦରା ପୁଲିସ ମୁତାବକ, ଆଗକୁ ମୁସଲମାନ ପର୍ବ ପାଖେଇ ଆସୁଛି। ଏଥିପାଇଁ ନିକଟରେ ଥିବା ଏକ ମନ୍ଦିର ସମ୍ମୁଖରେ ସ୍ଥାନୀୟ ଗୋଷ୍ଠୀ ସେମାନଙ୍କର ଧାର୍ମିକ ପତାକାକୁ ଇଲେକ୍ଟ୍ରୋନିକ୍ ପୋଲରେ ବାନ୍ଧି ରଖିଥିଲେ। ଏହାକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।’ ଭଡୋଦରା ପୁଲିସର କହିବାନୁସାରେ, ପାଟ୍ରୋଲିଂ ଚାଲିଛି ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଉଭୟ ପକ୍ଷର ଅଭିଯୁକ୍ତଙ୍କୁ ଏଫଆଇଆର ରୁଜୁ କରିବା ପରେ ଗିରଫ କରାଯାଇଛି।ଶାନ୍ତି ବଜାୟ ରଖିବା ପାଇଁ ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।  

Leave A Reply

Your email address will not be published.