You are currently viewing ୫ ଲକ୍ଷ ସାର୍କଙ୍କ ହତ୍ୟାରେ ପ୍ରସ୍ତୁତ ହେବ କରୋନା ଟିକା !

୫ ଲକ୍ଷ ସାର୍କଙ୍କ ହତ୍ୟାରେ ପ୍ରସ୍ତୁତ ହେବ କରୋନା ଟିକା !

କରୋନା ଭାଇରସ୍ ଏ ପର୍ଯ୍ୟନ୍ତ ସମଗ୍ର ପୃଥିବୀରେ ବହୁତ ଜୀବନ ନେଇସାରିଲାଣି ହେଲେ ଏ ପର୍ଯ୍ୟନ୍ତ ଏହାର କୌଣସି ନିର୍ଦ୍ଧିଷ୍ଟ ଟିକା ବାହାରି ନାହିଁ । ୱାଲ୍ଡ ଲାଇଫ ଏକ୍ସପର୍ଟସ୍ ମାନେ କହିଛନ୍ତି ଯେ, କରୋନା ଭାଇରସର ଟିକା ପାଇଁ ୫ ଲକ୍ଷ ସାର୍କକୁ ହତ୍ୟା କରାଯିବ । କାରଣ ହେଉଛି ଯେ, ସାର୍କର ଲିଭରରେ ଏକ ପ୍ରକାର ତେଲ ମିଳିଥାଏ ଯାହା ଟିକା ତିଆରି କରିବାରେ ସାହାର୍ଯ୍ୟ କରିବ । ଏହି ତେଲ ଦ୍ୱାରା ଟିକାର ପ୍ରଭାବ ବେଶି ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ସାର୍କର ଲିଭରରୁ ଗ୍ଦକ୍ତଙ୍କବକ୍ଷରଦ୍ଭର ନାମକ ପଦାର୍ଥ ମିଳିଥାଏ ।

ଯାହା ସଂପୂର୍ଣ୍ଣ ଭାବରେ ପ୍ରକୃତିକ । ସାର୍କ ଆଲେସ୍ କହିଛନ୍ତି ଯେ, ଯଦି ୱାଲ୍ଡର ସମସ୍ତ ଲୋକଙ୍କୁ ଗୋଟିଏ ଡୋଜ୍ ଆବଶ୍ୟକ ହୁଏ ତେବେ ୨.୫ ଲକ୍ଷ ସାର୍କଙ୍କୁ ହତ୍ୟା କରିବାକୁ ପଡିପାରେ ଏବଂ ଯଦି ୨ଟି ଡୋଜ୍ ଆବଶ୍ୟକ ହୁଏ ତେବେ ୫ ଲକ୍ଷ ସାର୍କ ହତ୍ୟା କରାଯିବ । ସାର୍କ ଆଲେସ୍ ର ପ୍ରତିଷ୍ଠାତା ଷ୍ଟିଫାନି ବ୍ରେଣ୍ଡିଲ୍ କହିଛନ୍ତି ଯେ, କୌଣସି ଜିନିଷ ପାଇଁ ବଣୁଆ ଜୀବଙ୍କୁୂ ହତ୍ୟା କରିବା ଠିକ୍ ହେବନାହିଁ । ଖାସ୍ କରି ସେତେବେଳେ ଯେବେ ଏହି ପ୍ରଜାତିଙ୍କ ବେଶି ପ୍ରଜନନ ହୋଇନଥାଏ । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ଟିକା ପ୍ରସ୍ତୁତି ପ୍ରକ୍ରିୟାକୁ ମନ୍ଥର ହେଉ ବୋଲି ଚାହୁଁନାହାନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।