ପାଲକ୍କଡ (୬.୧୦.୨୨) : ଟୁରିଷ୍ଟ ବସ ସହ ପ୍ରାଇଭେଟ ବସ ମଧ୍ୟରେ ଧକ୍କା ହେବା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୩୫ ଜଣ ଆହତ ହୋଇଛନ୍ତି । କେରଳର ପାଲକ୍କଡ ଜିଲ୍ଲାରେ ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଛି । ଟୁରିଷ୍ଟ ବସଟି କେରଳର ସରକାରୀ ବସ ସହ ପିଟି ହୋଇଥିଲା । ଫଳରେ ଟୁରିଷ୍ଟ ବସ୍ରେ ଥିବା ୫ ଜଣ ଛାତ୍ର ଓ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଏହା ସହ ଉକ୍ତ ବସରେ ଥିବା ଅନ୍ୟ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏଥିରେ ୩୫ ଜଣ ଆହତ ହୋଇଛନ୍ତି । ଟୁରିଷ୍ଟ ବସ୍ଟି ଛାତ୍ରଛାତ୍ରୀଙ୍କୁ ନେଇ ଏର୍ଣ୍ଣାକୁଲମ ଜିଲ୍ଲାର ବାସାଲିନସରୁ ବିନ୍ଧ୍ୟନିକେତନ ଯାତ୍ରା କରୁଥିଲା। ବସ୍ଟି ତାମିଲନାଡ଼ୁର ଓଟ୍ୟ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ କେରଳର ସରକାରୀ ବସ୍ଟି କୋଏମ୍ବାଟୁର ଅଭିମୁଖେ ଯାତ୍ରା କରୁଥିଲା। ତେବେ ଟୁରିଷ୍ଟ ବସ୍ଟି ସରକାରୀ ବସକୁ ଧକ୍କା ଦେଇଥିଲା। ତେବେ ଦୁର୍ଘଟଣାରେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା