You are currently viewing ଘରେ ରଖି ପାରିବେନି ପୋଷା କୁକୁର

ଘରେ ରଖି ପାରିବେନି ପୋଷା କୁକୁର

ଗାଜିଆବାଦ (୧୭.୧୦.୨୨) : ଏକାଧିକ ବିଦେଶୀ କୁକୁର ପାଳିବାର ସୌକ ରଖୁଥିବା ବ୍ୟକ୍ତିଙ୍କୁ ଚେତାବନୀ । ଏବେ ଆଉ ଘରେ ରଖିପାରିବେନି ଦୁଇରୁ ଅଧିକ ପୋଷା କୁକୁର । ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି ଉ୍‌ତ୍ତରପ୍ରଦେଶର ଗାଜିଆବାଦର ପୌର ପ୍ରଶାସନ । କ୍ରମାଗତ କୁକୁର କାମୁଡା ଭଳି ଭୟଙ୍କର ଘଟଣା ସାମ୍ନାକୁ ଆସିବା ପରେ ଗାଜିଆବାଦ ପୌର କତ୍ତୃପକ୍ଷ କଠୋର ହୋଇଛନ୍ତି । ଏଥି ସହ ଆଉ କେତେକ ବିଦେଶୀ ଘାତକ ପ୍ରଜାତିର କୁକୁର ଘରେ ରଖିବାକୁ ନିଷେଧ କରାଯାଇଛି ।    

ଏହି କୁକୁର ଗୁଡ଼ିକ ହେଉଛନ୍ତି  ପିଟବୁଲ୍, ରୋଟୱିଲର୍ ଏବଂ ଡୋଗୋ ଆର୍ଜେଣ୍ଟିନୋ। ଏ ସମ୍ପର୍କରେ ଶନିବାର ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ଏକ  ନିର୍ଦ୍ଦେଶନାମା ଜାରି କରାଯାଇଛି। ସେଥିରେ କୁହାଯାଇଛି ଯେ,  କୌଣସି ପରିବାର ଗୋଟିଏରୁ ଅଧିକ ପୋଷା କୁକୁର ରଖିପାରିବେ ନାହିଁ। କୁକୁର ରଖୁଥିବା ମାଲିକମାନେ ଲାଇସେନ୍ସ ରଖିବା ଅନିବାର୍ଯ୍ୟ। ଯାହା  ନଭେମ୍ବର ୧ରୁ  ପ୍ରଦାନ କରାଯିବ। ସେମାନଙ୍କୁ ଦୁଇ ମାସ ମଧ୍ୟରେ କୁକୁରମାନଙ୍କର ପଞ୍ଜିକରଣ କରିବାକୁ ପଡିବ। ସେହିପରି ଉଚ୍ଚ ବିଲଡିଂରେ ରହୁଥିବା ଲୋକେ ସେମାନଙ୍କ କୁକୁରକୁ ସର୍ଭିସ ଲିଫ୍ଟରେ ନେବା ଆଣିବା କରିବେ। ଜନଗହଳିପୂର୍ଣ୍ଣ ଅଞ୍ଚଳକୁ କୁକୁର ବୁଲେବାକୁ ନେଉଥିଲେ ମୁହଁରେ ତୁଣ୍ଡି ବାନ୍ଧିବାକୁ ପଡ଼ିବ।

ନିକଟରେ  ଗାଜିଆବାଦର ବିଭିନ୍ନ ଆବାସିକ ଅଞ୍ଚଳ ତଥା କମ୍ପ୍ଲେକ୍ସରେ ଅନେକ କୁକୁର କାମୁଡ଼ା ନେଇ ଅଭିଯୋଗ ଆସିଥିଲା। ପ୍ରାୟ ୧୦ରୁ ଅଧିକ ଛୋଟ ଛୁଆ ଓ ବୟସ୍କ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।  ବିଶେଷ କରି  ପିଟବୁଲ୍, ରୋଟୱିଲର୍ ଏବଂ ଡୋଗୋ ଆର୍ଜେଣ୍ଟିନୋ ପ୍ରଜାତିର କୁକୁର ଅତି ଭୟଙ୍କର ପ୍ରକୃତି ଥିବା ଜଣାପଡ଼ିଥିଲା। ତେଣୁ ଏହି ୩ ପ୍ରଜାତିର କୁକୁରକୁ ଘରେ ରଖିବାବାକୁ ପୌର କର୍ତ୍ତୃପକ୍ଷ ବାରଣ କରିଛନ୍ତି। ଏଥିସହ ଏହି କୁକୁର ରଖିବାକୁ କୌଣସି ଲାଇସେନ୍ସ ପ୍ରଦାନ କରାଯିବ ନାହିଁ। ଯଦି କେହି ଆଇନ ଅମାନ୍ୟ କରି ଏହି ପ୍ରଜାତି କୁକୁରକୁ ଘରେ ରଖନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  

ଅନ୍ୟମାନଙ୍କୁ ଜଣାନ୍ତୁ।