You are currently viewing ଆଇସିସି ବିଶ୍ବକପ ୨୦୨୩: ଶ୍ରୀଲଙ୍କାକୁ ହରାଇ ସେମିରେ ଭାରତ

ଆଇସିସି ବିଶ୍ବକପ ୨୦୨୩: ଶ୍ରୀଲଙ୍କାକୁ ହରାଇ ସେମିରେ ଭାରତ

  • Post category:କ୍ରୀଡା
  • Reading time:1 mins read

ମୁମ୍ବାଇ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ବିଶ୍ୱକପ୍‌ର ୩୩ତମ ଲିଗ ମ୍ୟାଚ୍‌ ମୁମ୍ବାଇ ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଆଜି ଖେଳାଯାଇଥିଲା। ଆଜିର ଏହି ମ୍ୟାଚରେ ଟସ୍‌ ଜିତି ଶ୍ରୀଲଙ୍କା ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୩୫୭ ରନ କରିଥିଲା। ଶ୍ରୀଲଙ୍କାକୁ ଏହି ମ୍ୟାଚ ଜିତିବାକୁ ହେଲେ ୩୫୮ ରନର ଲକ୍ଷ୍ୟ ରହିଥିଲା।

କିନ୍ତୁ ଭାରତର ଘାତକ ବୋଲିଂରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଶ୍ରୀଲଙ୍କା ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୫୫ ରନ କରିଥିଲା । ଫଳରେ ଭାରତ ଆଜିର ମ୍ୟାଚକୁ ୩୦୨ ରନରେ ଜିତିଛି । ଏଥି ସହ ଚଳିତ ବିଶ୍ୱକପରେ ପ୍ରଥମ ଦଳ ଯାହାକି କ୍ରମାଗତ ସାତଟି ଯାକ ମ୍ୟାଚ ଜିତି  ସେମିଫାଇନାଲରେ ପହଞ୍ଚିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।