Delhi-

ରାଜଧାନୀରେ ଅଣାୟତ ବାୟୁ ପ୍ରଦୂଷଣ

ଏଏନଏସ: ଦିଲ୍ଲୀ ଏନସିଆରରେ ଅଣାୟତ ହେଉଛି ବାୟୁ ପ୍ରଦୂଷଣ । ପ୍ରଦୂଷଣକୁ ନେଇ ହନ୍ତସନ୍ତ ହେଉଛନ୍ତି ରାଜଧାନୀବାସୀ । ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଭର୍ତ୍ସନା କରି କହିଛନ୍ତି ରାଜ୍ୟ ସରକାର ଶକ୍ତ ପଦକ୍ଷେପ ନିଅନ୍ତୁ । ଆମେ ଜାଣିନୁ କେମିତି ରୋକିବେ, କିନ୍ତୁ ତୁରନ୍ତ ବନ୍ଦ କରନ୍ତୁ ବୋଲି ସୁପ୍ରିମକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ମାମଲାର ଶୁଣାଣୀ କରି ପଞ୍ଜାବ ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।

ଅନ୍ୟପଟେ ଦିଲ୍ଲୀରେ ଅଡ-ଇଭିନ ଫର୍ମୁଲା ଲାଗୁ ହୋଇଥିଲେ ମଧ୍ୟ ୪ଦିନ ଧରି ୪ଶହ ତଳକୁ ଖସୁନି ଏୟାର କ୍ୱାଲିଟି ଇଣ୍ଡେକ୍ସ। ଏନେଇ ରାଜଧାନୀ ଦିଲ୍ଲୀରେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି । ବାୟୁ ପ୍ରଦୂଷଣ ଯୋଗୁଁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ ଦିଲ୍ଲୀରେ ବାୟୁର ଗୁଣବତ୍ତା ଗମ୍ଭୀର ସ୍ଥିତିରେ ରହିଛି । ଆନନ୍ଦ ବିହାରରେ ଏକ୍ୟୁଆଇ ୪୩୨, ଆକେ ପୁରମରେ ୪୩୭, ପଞ୍ଜାବୀ ବାଗରେ ୪୩୯ ଏକ୍ୟୁଆଇ ରହିଛି। ସୂଚନାଯୋଗ୍ୟ ଦିଲ୍ଲୀରେ ଆବଶ୍ୟକ ସେବା ଯୋଗାଉଥିବା ଟ୍ରକ, ସିଏନଜି, ଇଲେକ୍ଟ୍ରି ଗାଡି ଛଡା ସମସ୍ତ ଟ୍ରକ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି । ଏହାପୂର୍ବରୁ ସରକାର ବାୟୁ ପ୍ରଦୂଷଣ ପାଇଁ ୧୦ ତାରିଖ ପର୍ୟ୍ୟନ୍ତ ସ୍କୁଲଗୁଡିକ ଛୁଟି ଘୋଷଣା କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।