You are currently viewing ଏପ୍ରିଲ ୩ରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ

ଏପ୍ରିଲ ୩ରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ

ଜାପାନ ୩୧/୦୩, ଜାପାନରୁ ରାଜ୍ୟକୁ ଆସିବ ବଡ଼ ନିବେଶ । ଆସନ୍ତା ୩ ତାରିଖରେ ଜାପାନ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ବି ଯିବ। ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ସମ୍ପର୍କରେ ଆଜି ବିଧାନସଭାରେ ପ୍ରତିକ୍ରିୟାରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ଓଡ଼ିଶାକୁ ପୁଞ୍ଜିନିବେଶ ଆଣିବା ପାଇଁ ଆମେ ଜାପାନ ଯାଉଛୁ । ଦୁବାଇ ଇନଭେଷ୍ଟର୍ସ ମିଟ୍‌ରେ ୨୨ ହଜାର କୋଟି ନିବେଶ ଆସିଥିଲା । ଏଥର ତାଠୁ ଅଧିକ ହେବ ବୋଲି ଆଶା ରଖିଛୁ । ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ କିଛି ବିଜନେସ୍‌ ଲିଡରଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ବିଜନେସ୍‌ ଟାଇକୁନଙ୍କ ସହ ଓ୍ଵାନ୍‌ ଟୁ ଓ୍ଵାନ୍‌ ବି କରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ନିବେଶ ନେଇ ହେବ ଆଲୋଚନା । ବିଶେଷ କରି ଇସ୍ପାତ, ଫୁଡ୍‌ ପ୍ରୋସେସିଂ, ପ୍ଲାଷ୍ଟିକ, ପେଟ୍ରୋ କେମିକାଲ୍‌ସ, ଟେକ୍ସଟାଇଲ୍‌, କେମିକାଲ୍‌ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶର ବିପୁଳ ସମ୍ଭାବନା ରହିଛି । ପୂର୍ବରୁ ବିଭିନ୍ନ ସମୟରେ ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ଓଡ଼ିଶା ଆସି ରାଜ୍ୟର ନିବେଶ ନୀତିକୁ ପ୍ରଶଂସା କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।