ନୂଆଦିଲ୍ଲୀ (୩୦.୩.୨୩) : ପୁଣି ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୪୦ ପ୍ରତିଶତ ବଢିଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ଦେଶରୁ ୩ ହଜାର ୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସକ୍ରିୟ ଆକାନ୍ତଙ୍କ ସଂଖ୍ୟ ମଧ୍ୟ ୧୩ ହଜାର ୫୦୯ ଛୁଇଁଛି । ଲଗାତାର କିଛି ଦିନ ହେଲା ଦୈନିକ ସଂକ୍ରମଣ ହଜାର ଉପରେ ରହୁଥିବା ବେଳେ ଏବେ ଏହା ୩ ହଜାର ଛୁଇଛି । ସଂକ୍ରମଣ ବଢୁଥିବା ରାଜ୍ୟଗୁଡିକୁ ସତର୍କ ରହିବା ସହ ଟେଷ୍ଟିଂ, ଟ୍ରାକିଂ, ଚିକିତ୍ସା ଉପରେ ଗୁରୁତ୍ୱ ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏପଟେ ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୩୦୦ ମାମଲା ଚିହ୍ନଟ ହୋଇଛି । ଏତେ ସଂଖ୍ୟକ ମାମଲା ସାମ୍ନାକୁ ଆସିବା ପରେ ଜରୁରୀକାଳୀନ ବୈଠକ ଡାକିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ବୈଠକ ଡକାଇଛନ୍ତି । ସଂକ୍ରମଣ ବଢୁଥିବାରୁ ସତର୍କ ରହିବାକୁ ବିଶେଷଜ୍ଞ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଥଣ୍ଡା, କାଶ ହେଲେ ନିଜର କୋଭିଡ ପରୀକ୍ଷା କରାଇନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଭିଡ ସ୍ଥାନକୁ ନଯିବାକୁ ପରାମର୍ଶ ଦେବା ସହ ଜନଗହଳୀ ପୂର୍ଣ୍ଣ ସ୍ଥାନକୁ ଗଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ