You are currently viewing ଫ୍ଲାଟ୍ ଦୁର୍ନୀତି ମାମଲା, ଇଡିରେ ହାଜର ନୁସରତ

ଫ୍ଲାଟ୍ ଦୁର୍ନୀତି ମାମଲା, ଇଡିରେ ହାଜର ନୁସରତ

କୋଲକତା: ଫ୍ଲାଟ୍ ବିକ୍ରୟ ଦୁର୍ନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ ସମନ୍ ପାଇଥିବା ତୃଣମୂଳ କଂଗ୍ରେସ (ଟିଏମ୍) ସାଂସଦ ତଥା ବଙ୍ଗୀୟ ଚଳଚ୍ଚିତ୍ର ଅଭିନେତ୍ରୀ ନୁସରତ ଜହାଁ ଗତକାଲି ସ୍ଥାନୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସେଠାରେ ଇଡି ତାଙ୍କୁ ୬ ଘଣ୍ଟା ଜେରା କରି ଗୁଡେ଼ଇ ତୁଡେଇ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।

ସଲ୍ଟଲେକ୍ ସ୍ଥିତ ସିଜିଓ କମ୍ପ୍ଲେକ୍ସିରେ ୫.୫ ଲକ୍ଷ ଟଙ୍କାରେ ଫ୍ଲାଟ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ୭ ସେନ୍ସ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରା.ଲି ବିପୁଳ ଅର୍ଥ ଠକିଥିବା ନେଇ କିଛି ବରିଷ୍ଠ ନାଗରିକ ଅଭିଯୋଗ ଫାଇଲ କରିଥିଲେ। ଉକ୍ତ କମ୍ପାନୀରେ ନୁସରତ୍ ଜଣେ ନିର୍ଦ୍ଦେଶକ ଥିଲେ। ତାଙ୍କ ନାଁ ମଧ୍ୟ ଅଭିଯୋଗକାରୀମାନେ ଉଲ୍ଲେଖ କରିଥିଲେ । ନୁସରତ ଲୋକମାନଙ୍କୁ ଠକିଥିବା ଅଭିଯୋଗ ବିଜେପି ନେତା ଶଙ୍କୁଦେବ ପଣ୍ଡା କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।