You are currently viewing ବାଇଜୁସ୍‌କୁ ନୋଟିସ୍‌ ଦେଲା ଏନ୍‌ସିଏଲ୍‌ଟି 

ବାଇଜୁସ୍‌କୁ ନୋଟିସ୍‌ ଦେଲା ଏନ୍‌ସିଏଲ୍‌ଟି 

ନୂଆଦିଲ୍ଳୀ: ବାଇଜୁସ୍‌କୁ ନୋଟିସ୍‌ ଦେଲା ଏନ୍‌ସିଏଲ୍‌ଟି ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)ର ୧୫୮ କୋଟି ଟଙ୍କା ବାକି ରଖିବା ପ୍ରସଙ୍ଗରେ ବାଇଜୁସ୍‌କୁ ନୋଟିସ୍‌ ପ୍ରେରଣ କରିଛି ଏନ୍‌ସିଏଲ୍‌ଟି। ଅର୍ଥ ପରିଶୋଧ ହୋଇ ନ ଥିବା କାରଣରୁ ଧାରା ୯ ଅନୁସାରେ ଏହି ନୋଟିସ୍‌ ପ୍ରେରଣ କରାଯାଇଛି। ୧୫୮ କୋଟି ଟଙ୍କା ବାକି ଥିବା ନେଇ ବିସିସିଆଇ ପକ୍ଷରୁ ବେଙ୍ଗାଲୁରୁ ସ୍ଥିତ ଏନ୍‌ସିଏଲ୍‌ଟିରେ ଅଭିଯୋଗ କରାଯାଇଥିଲା।

ତେବେ ସପ୍ତାହେ ମଧ୍ୟରେ ଏହି ନୋଟିସର ଉତ୍ତର ଦେବା ପାଇଁ ବାଇଜୁସ୍‌ର ପ୍ୟାରେଣ୍ଟ କମ୍ପାନୀ ଥିଙ୍କ ଆଣ୍ଡ ଲର୍ନକୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ୨୦୧୯ରେ ଓପୋ ଓହରିବା ପରେ ବାଇଜୁସ୍‌ ଭାରତୀୟ ଦଳର ପ୍ରୟୋଜକ ରହିଥିଲା।

 

ଅନ୍ୟମାନଙ୍କୁ ଜଣାନ୍ତୁ।