army-major

ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ ନେଇ ସେନାର ମେଜରଙ୍କୁ ନୀଲମ୍ବିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

ଏଏନଏସ: ନିଲମ୍ବିତ ହେଲେ ସେନାର ମେଜରସୂଚନାଯୋଗ୍ୟ ପାକିସ୍ତାନ ଗୁଇନ୍ଦା ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ ନେଇ ସେନାର ମେଜରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଲମ୍ବିତ କରିଛନ୍ତି। ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡରେ ମୁତୟନ ଥିବା ସେନାର ବଡ ଅଧିକାରୀଙ୍କୁ ସେବାରୁ ବରଖାସ୍ତ କରିଛନ୍ତି ରାଷ୍ଟ୍ରପତି ମୁର୍ମୁ । ୩୧ ଅକ୍ଟୋବରରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଉଚ୍ଚ ସ୍ତରୀୟ ଯାଞ୍ଚ କମିଟି ବସିଥିଲା । ସେଥିରେ ଏସସିଏଫ୍ ମେଜର ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆଉ ଏହାପରେ ରାଷ୍ଟ୍ରପତି ମୁର୍ମୁ ତାଙ୍କୁ ନିଲମ୍ବିତ କରିଛନ୍ତି ।

ଅନ୍ୟପଟେ ତଦନ୍ତ ଘେରରେ ଅନ୍ୟ ସେନା ଅଧିକାରୀ ରହିଥିବା ସୂଚନା ମିଳିଛି। ପ୍ରତିରକ୍ଷା ବିଭାଗ ପକ୍ଷରୁ ଗତବର୍ଷ ମାର୍ଚ୍ଚ ମାସରୁ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଆରେ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରାଯାଉଥିବା ଏହି ଯାଞ୍ଚ ପ୍ରକ୍ରିୟାରେ ସୂଚନା ମିଳିଛି। ଏହି ହ୍ୱାଟ୍ସଆପ୍ ଗ୍ରୁପରେ ପାକିସ୍ତାନର ଗୁଇନ୍ଦା ବିଭାଗର କିଛି ବ୍ୟକ୍ତି ରହିଥିବା ପ୍ରମାଣ ମିଳିଛି । ଯାହାଦ୍ୱାରା ଦେଶର ସୁରକ୍ଷା ବ୍ୟବସ୍ଥାକୁ ହାନୀ ପହଁଚାଇବା ନେଇ ସେନାର ମେଜରଙ୍କୁ ସେବାରୁ ବରଖାସ୍ତ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।