ନୂଆଦିଲ୍ଲୀ (୨.୩.୨୩) : ବ୍ରିଟେନରେ ନୂଆ ଲୁକରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହୁଥିବା ରାହୁଲ ଗାନ୍ଧୀଙ୍କ ନୂଆ ଲୁକକୁ ନେଇ ଏବେ ପୁଣି ଚର୍ଚ୍ଚା ସୃଷ୍ଟି ହୋଇଛି । ରାହୁଲ ଗାନ୍ଧୀ ଦାଢି କାଟିବା ସହ କୋର୍ଟ-ଟାଇ ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହା ସହ ଏକ ଜ୍ୟାକେଟ ମଧ୍ୟ ପିନ୍ଧିଛନ୍ତି ରାହୁଲ ଗାନ୍ଧୀ । ତେବେ ମିଳିଥିବା ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ଏବେ ୭ ଦିନ ବ୍ରିଟେନ ଗସ୍ତରେ ଅଛନ୍ତି । ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଷୟକୁ ନେଇ ଲେକ୍ଚର ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧନ କରିବାର ଯୋଜନା ରହିଛି । ତେବେ ରାହୁଲଙ୍କ ଲମ୍ବା ଦାଢି ବଦଳରେ ଟ୍ରିମ୍ ଦାଢି ଦେଖି ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦୀର୍ଘ ୪ ମାସର ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧି ତାଙ୍କ ଦାଢ଼ି ଓ ଚୁଟି ବଢ଼ାଇଥିଲେ ଏବଂ କେବଳ ଧଳା ଟି-ସାର୍ଟ ପିନ୍ଧୁଥିଲେ ।
ଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକସ୍ୱାସ୍ଥ୍ୟପାଇଁ ଉପକାରୀ ଆମ୍ବପତ୍ରନାରୀ ବେଶରେ ପୁରୁଷ କରନ୍ତି ପୂଜାବନ୍ଦ ହୋଇଗଲା ବିଧାନସଭାର ବଜେଟ ଅଧିବେଶନ